‘ଅଭ୍ୟାସ’ର ସଫଳ ପରୀକ୍ଷଣ : ଡିଆରଡିଓକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । । ‘ଅଭ୍ୟାସ’କୁ ଆକାଶରୁ ଆକାଶ ମାର୍ଗକୁ ପ୍ରୟୋଗ କରାଯାଇପାରିବ । ଅଭ୍ୟାସକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଉଥିଲା । ଏହାକୁ ହାଇ ସ୍ପିଡ ଏକ୍ସପେଣ୍ଡେବଲ ଏରିଏଲ ଟାର୍ଗେଟ ବା ହିଟ୍‌ ମଧ୍ୟ କୁହାଯାଏ । ଏହାକୁ ଗ୍ୟାସ ଟରବାଇନ୍‌ ଇଞ୍ଜିନ ଦ୍ୱାରା ପରିଚାଳିତ କରାଯାଏ । ‘ଅଭ୍ୟାସ’ର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *