କାଳ ହେଲା ସମାନ ନା’: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍ କରିଦେଲେ ଡାକ୍ତର,ଶେଷରେ….

ଲକ୍ଷ୍ନୌ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ । କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି । ଯାହା ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଜଣେ ରୋଗୀର ଜୀବନ ଯାଇଛି । ଏଭଳି ମାମଲା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦ ସହରରେ । ଏଠାରେ ନା’ ଯୋଗୁ ଦ୍ୱନ୍ଦ୍ୱରେ ପଡ଼ି ଡାକ୍ତର ଜଣେ ଜ୍ୱର ରୋଗୀର ଅପରେସନ୍ କରିଛନ୍ତି । ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରୋଗୀର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ନର୍ସିଂହୋମ୍‌କୁ ସିଲ୍ କରିଥିବା ଜଣାଯାଇଛି । ସୂଚନାନୁଯାୟୀ, ନରସେନା ଥାନା ଅଧୀନସ୍ଥ ଗାଁ କିରୟାରୀ ନିବାସୀ ୟୁସୁଫ୍‌(୪୪)ଙ୍କୁ ଜ୍ୱର ହେବାରୁ ସେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସୁଧୀର ନର୍ସିଂହୋମ୍‌ରେ ଆଡମିଟ୍ ହୋଇଥିଲେ । ତାଙ୍କ ଅବସ୍ଥା ଭଲ ଥିଲା ।

କିନ୍ତୁ ୨୦ ତାରିଖ ରାତିରେ ଡାକ୍ତରମାନେ ତାଙ୍କ ଅପରେସନ୍ କରିଦେଲେ । ପ୍ରଥମେ କୁହାଗଲା ଯେ ୟୁସୁଫ୍‌ଙ୍କର ଗଲ ବ୍ଲାଡର ଅପରେସନ୍ ହୋଇଛି । କିନ୍ତୁ ପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଶରୀରର କୌଣସି ଅଙ୍ଗକୁ ବାହାର କରିବା ପାଇଁ ଏହି ଅପରେସନ୍ କରାଯାଇଥିଲା । ତେବେ ଦୁଇଜଣ ରୋଗୀଙ୍କର ଗୋଟିଏ ନାଁ ହୋଇଥିବାରୁ ଏଭଳି ସମସ୍ୟା ହୋଇଥିବା କୁହାଯାଉଛି । ଆଉ ଜଣେ ୟୁସୁଫ୍‌ଙ୍କ ବଦଳରେ ଏହି ବ୍ୟକ୍ତିଙ୍କର ଅପରେସନ୍ କରିଦେଇଥିଲେ ଡାକ୍ତର । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଜାଣିବା ପରେ ନର୍ସିଂ ହୋମ୍ ପରିସରରେ ରୋଗୀଙ୍କ ପରିଜନ ଗଣ୍ଡଗୋଳ କରିଥିଲେ । ଲୋକଙ୍କର ଉଗ୍ରରୂପ ଦେଖି ଡାକ୍ତର ଓ ନର୍ସ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟ ଧରି ଲୋକମାନେ ନର୍ସିଂହୋମ୍‌ରେ ହୋ-ହଲ୍ଲା କରିବାରୁ ସ୍ଥାନୀୟ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୋଗ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉକ୍ତ ନର୍ସିଂ ହୋମ୍‌କୁ ସିଲ୍ କରିଛନ୍ତି ଓ ସେଠାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇଛି । ଅନ୍ୟପଟେ ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ଅଙ୍ଗ ତସ୍କରୀ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *