ଉପାନ୍ତବାସୀଙ୍କୁ ଘାରିଛି ବିସ୍ଥାପିତ ଭୟ

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ସୀମାକୁ ଲାଗିଥିବା ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ନଙ୍ଗଲବୋଡ ପଞ୍ଚାୟତ ଓ ଘାଟମାଳ ପଞ୍ଚାୟତର ଅଧିବାସୀଙ୍କୁ ବିସ୍ଥାପିତ ହେବାର ଭୟ ଘାରିଛି । ଏହି ଅଞ୍ଚଳରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ହେବା ସମ୍ଭାବନା ଥିବାରୁ ବର୍ତ୍ତମାନ ଠାରୁ ଅଞ୍ଚଳର ଲୋକମାନଙ୍କୁ ନେଇ ସଚେତନ ସଭା କରାଯାଉଛି । ସିନାପାଲି ବ୍ଲକ ଗୋଣ୍ଡ୍ ସଂସ୍କୃତି ସମାଜର ସଭାପତି ପ୍ରସନ୍ନ ମାଝୀଙ୍କ ପ୍ରତିକ୍ରିୟାରୁ ପ୍ରକାଶ ଯେ, ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଳନ କରି ଜଙ୍ଗଲକୁ ନିଜିକରଣ ନାମରେ ଯଦି ଜଙ୍ଗଲକୁ ଘରୋଇକରଣ କରିଦିଆଯିବ ତେବେ ସେହି ଅଞ୍ଚଳରେ ବସବାସ କରୁଥିବା ଓ ଉକ୍ତ ଜଙ୍ଗଲ ଉପରେ ଭରଷା କରି ପେଟ ପୋଷୁଥିବା ଆଦିବାସୀମାନଙ୍କ ଜଳ, ଜଙ୍ଗଲ, ଜମିର ଅଧିକାର କେତେ ସୁରକ୍ଷିତ ତାହା ବିତର୍କର ବିଷୟବସ୍ତୁ ଅଟେ । କିଛି ଆଦିବାସୀ ମାନଙ୍କ ପରିବାର ସେହି ଜଙ୍ଗଲ ପରିସର ମଧ୍ୟରେ ବସବାସ କରିଛନ୍ତି । ଝାଟିମାଟି ର କୁଡ଼ିଆକରି ଅଣ ରାଜସ୍ୱ ଗ୍ରାମ ମାନଙ୍କ ଅଧିନରେ ରହିଛନ୍ତି । ଏପରିକି ଜମିର ସ୍ୱତ୍ତାଧିକର ମଧ୍ୟ ହୋଇନାହିିଁ । ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ଜମି କିମ୍ବା ଘରଡ଼ହ ମଧ୍ୟ ନାହିଁ । ଏଭଳି ନିରିହ ଆଦିବାସୀମାନଙ୍କ ସପରିବାର ବିସ୍ଥାପିତ ହେବାର ସମ୍ଭାବନା ବେଶୀ । ତେଣୁ ଆଦିବାସୀ ଭାଇ ମାନଙ୍କ ମନରେ ଏହି ସଚେତନତା ର ବାର୍ତ୍ତା ପ୍ରଚାର ପ୍ରସାର ହୋଇ ଜଙ୍ଗଲକୁ ଘରୋଇକରଣ ର ପ୍ରତିବାଦ କରିବା ଆବଶ୍ୟକ ଅଟେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ନୁଆପଡା ଜିଲ୍ଲା ର ବିସ୍ତୃତ ସୁନାବେଡ଼ା ଅଭୟାରଣ୍ୟ ସହିତ ଝରଣାମାଲ ରେଢାମାଲ, ଭଇଷାଦାନି, ଜଙ୍ଗଲ ରୁ ଆରମ୍ଭ କରି ଘାଟମାଲ ନଙ୍ଗଲବୋଡ,ନୁଆମାଲପଡା ପର୍ଯ୍ୟନ୍ତ ବୃହତ୍ ଅଞ୍ଚଳକୁ ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ,ଏହି ପ୍ରକଳ୍ପ ହେବାଦ୍ୱାରା ସେହି ଅଞ୍ଚଳର ହଜାର ହଜାର ଆଦିବାସୀ ବିସ୍ଥାପିତ ହେବାର ସମ୍ଭାବନାକୁ ଅଣଦେଖା କରାଯାଇନପାରେ । ଏଣୁ ସେହି ଉପାନ୍ତ ଅଞ୍ଚଳ ସବୁ ଗସ୍ତ କରି ଗୋଣ୍ଡ୍ ସମାଜ ଦ୍ୱାରା ସଚେତନତା କରି ଆଲୋଚନା କରାଯାଇଛି । କୋମନା ଓ ନୁଆ ପଡା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳ ଗସ୍ତକରି ବରିଷ୍ଠ ଆଇନଜୀବୀ ଘାସିରାମ ମାଝୀ ସଚେତନତାର ବାର୍ତ୍ତା ପ୍ରସାର ପ୍ରସାର କରୁଥିବା ବେଳେ ବୋଡ଼େନ ଓ ସିନାପାଲି ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳ ଗସ୍ତକରି ଗୋଣ୍ଡ ସମାଜ ଜିଲ୍ଲା ସଭାପତି ଓ ଉକ୍ତ ବ୍ଲକ କମିଟିର ମିଳିତ ଉଦ୍ୟମରେ ଅନେକ ସଚେତନତା ସଭା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସିନାପାଲି ସଦର ମହକୁମା ଠାରୁ ଏହି ଉପାନ୍ତ ଅଞ୍ଚଳର ଦୂରତା ୩୦ କିଲୋମିଟର ହୋଇଥିବା ବେଳେ ଏଠିକାର ଲୋକେ ଆଜିବି ଦାରିଦ୍ର‌୍ୟ ସୀମାରେଖା ତଳେ ରହି ଜୀବନ ନିର୍ବାହ କରୁଛନ୍ତି । ଜଙ୍ଗଲ ଜମି କୁ ଦଖଲ କରି ଚାଷବାସ କରିବା ସହ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଧାରଣ କରନ୍ତି । ହେଲେ ବର୍ତ୍ତମାନ ବିସ୍ଥାପିତ ହେଲେ ତାଙ୍କର ଭବିଷ୍ୟତ ନେଇ ଚିନ୍ତିତ ଅବସ୍ଥାରେ ରହିଛନ୍ତି । ସରକାର କିଭଳି ବ୍ୟବସ୍ଥା କରି ଥଇଥାନ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *