ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଫିରିଙ୍ଗିଆ: ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଗାଁ ରୁ । ସୋମବାର ବନ୍ଧଗଡ ଗାଁର ଲବ ଦିଗାଳଙ୍କ ସ୍ତ୍ରୀ ରେଣୁକା ଦିଗାଳ ବାଘନଦୀ ନିକଟକୁ ନିଜର ପାଳିତ ଛେଳିଙ୍କୁ ଚରେଇବା ପାଇଁ ଯାଇଥିଲେ । ସେଠାରେ ଏକ ଗଛରେ ବସାବାନ୍ଧି ଥିବା ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ । ମହମାଛି ଆକ୍ରମଣରେ ମହିଳା ଜଣକ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । କିଛିସମୟ ପରେ ସ୍ଥାନୀୟ ୱାର୍ଡ଼ ମେମ୍ବର ସୂର୍ଯ୍ୟକାନ୍ତ କହଁର ନଦୀକୁ ଗାଧୋଇଯିବା ସମୟରେ ମହିଳାଜଣକ ଚେତାଶୂନ୍ୟ ହୋଇପଡିଥିବା ଦେଖି ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ତରୁନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାର ତାଙ୍କର ଆଜି ମୃତ୍ୟୁ ଘଟିଥିବାର ଜଣାଯାଇଛି । ଏହାର ପ୍ରତିକାର ପାଇଁ ବନ ବିଭାଗ ନିକଟରେ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ମୃତ ମହିଳାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଦେବାପଇଁ ବନବିଭାଗ ପାଖରେ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ବନ୍ଧଗଡ ଫରେଷ୍ଟର ସରୋଜ ମିଶ୍ରଙ୍କୁ ପଚାରିବାରୁ ଜଙ୍ଗଲରେ ଥିବା ମହୁ ଆମର କିନ୍ତୁ ମାଛି ଆମର ନୁହଁ ବୋଲି କହିଥିବା ବେଳେ ଘଟଣା ଉପରେ ରାଜସ୍ୱ ବିଭାଗକୁ ଲିଖିତ ଭାବରେ ଦେଲେ ସହାୟତା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *