ଆକାଶରେ ପ୍ରେମ ନିବେଦନ କରୁଥିଲେ ବ୍ୟକ୍ତି, ଶେଷରେ….

ନୂଆଦିଲ୍ଲୀ : ପ୍ରେମ ନିବେଦନ କରିବା ପାଇଁ ଲୋକେ କିଛି ବି କରିପାରନ୍ତି । ଆଉ ଯଦି ପ୍ରେମ କରି ବିବାହ ଯାଏଁ କଥା ପହଞ୍ଚେ, ତେବେ ପ୍ରପୋଜ କରିବାର ଅନ୍ଦାଜ ବଦଳିଯାଏ। ଏମିତିରେ ଲୋକେ ଭିନ୍ନ ଭିନ୍ନ ଶୈଳୀରେ ବିବାହର ପ୍ରସ୍ତାବ ଦେଇଥାନ୍ତି । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ସର୍ବଦା କିଛି ଅଭିନବ ଏବଂ ନୂଆ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ହେଲେ ଏମିତି କରିବା କାନାଡାର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ସୂଚନା ଅନୁଯାୟୀ, ପ୍ରେମିକାକୁ ବିବାହର ପ୍ରସ୍ତାବ ଲେଖା ହୋଇଥିବା ଏକ ବ୍ୟାନର ଧରି ବିମାନ ଉଡୁଥିଲା । ହେଲେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବ୍ୟାନେରରେ ‘ଉଇଲ୍ ୟୁ ମ୍ୟାରି ମି’ ଲେଖା ହୋଇଥିଲା ।

ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା କାନାଡାର ମାଣ୍ଟ୍ରିଏଲ ସହରରେ ଘଟିଛି । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, କାନାଡା ପରିବହନ ସୁରକ୍ଷା ବୋର୍ଡ କହିଛି ଯେ, ଏହି ବିମାନ ଏକ ବ୍ୟାନର ଧରି ଉଡୁଥିଲା । ବିମାନ ମଝି ଆକାଶରେ ଥିବା ବେଳେ ଇଞ୍ଜିନ ଅଚଳ ହୋଇ ପଡିଥିଲା । ବିମାନଟି ତଳକୁ ଖସି ନିଆଁ ପିଣ୍ଡୁଳା ପାଲଟି ଯାଇଛି । ପାଇଲଟ୍ ଜଣକ ଏକ ବିଜ୍ଞାପନ ଏଜେନ୍ସିର ମାଲିକ ହୋଇଥିବା ଜଣା ପଡିଛି । ଏହାର ଯାଞ୍ଚ ପାଇଁ ତଦନ୍ତକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *