ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍ ଅପରାଧ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍ କରିବା ଅପରାଧ ନୁହେଁ । ଶିକ୍ଷକଙ୍କ ତାଗିଦ୍ ଯୋଗୁଁ ଛାତ୍ର ଆତ୍ମହତ୍ୟା କଲେ ଆଇପିସି ଧାରା ୩୦୬ ଲାଗୁ ହେବନି । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ ଅବଦୁଲ ନାଜିର ଓ ଜଷ୍ଟିସ କ୍ରିଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଶିକ୍ଷକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ଛାତ୍ରଛାତ୍ରୀ ଯଦି ଶ୍ରେଣୀରେ ପାଠ ନ ପଢ଼ିବେ, ସ୍କୁଲରେ ଉପସ୍ଥିତ ନ ରହିବେ ତେବେ ଶିକ୍ଷକ ଗାଳି ଦେବା କୌଣସି ବଡ଼ କଥା ନୁହେଁ । ରାଜସ୍ଥାନର ଜଣେ ଛାତ୍ର ଶିକ୍ଷକଙ୍କ ନିର୍ଯାତନା ଯୋଗୁ ଆତ୍ମହତ୍ୟା କରିଥିବା ନେଇ ହୋଇଥିବା ମାମଲାର ବିଚାର କରିବା ଅବସରରେ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜସ୍ଥାନରେ ଜଣେ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିଲେ । କ୍ରୀଡ଼ା ଶିକ୍ଷକଙ୍କ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *