ମାନସିକ ଅବସାଦରୁ ମୁକ୍ତି କେମିତି ପାଇବେ ଆସନ୍ତୁ ଜାଣିବା….

ନ୍ୟୁୟର୍କ : ଆଜିର ବ୍ୟସ୍ତ ବହୁଳ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି । ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି । କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି । କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ । ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ । ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି । ଆମେରିକାର ନ୍ୟୁୟର୍କରେ ରହୁଥିବା ସାରାଙ୍କ ସହିତ ଏଭଳି ହୋଇଛି । ସବୁ ପ୍ରକାର ଚିକିତ୍ସା ପରେ ମଧ୍ୟ ଏଥିରୁ ମୁକ୍ତି ନ ମିଳିବାରୁ ସାରା ଉପାୟରୁ ଉପକୃତ ହୋଇଥିବା ଜଣାଯାଇଛି । ମସ୍ତିଷ୍କକୁ ଉତ୍ତେଜନା କରିବା ପାଇଁ ଏଥିରେ ପ୍ରତିରୋପିତ ଇଲେକ୍ଟ୍ରୋଡ୍ କିମ୍ବା ପତଳା ଇନ୍‌ସୁଲେଟେଡ୍ ତାର ବ୍ୟବହାର ହୋଇଛି । ସାରାଙ୍କ ମସ୍ତିଷ୍କରେ ସ୍ୱତନ୍ତ୍ର ଡିଭାଇସ୍ ପ୍ରତିରୋପଣ କରାଯାଇଥିଲା । ଏହି ଡିଭାଇସଟି ଗୋଟିଏ ଦିଆସିଲି ଖୋଳ ଭଳି ବଡ । ସାରା ହେଉଛନ୍ତି ୟୁନିଭର୍ସିଟି ଅଫ୍ କାର୍ଲିଫର୍ନିଆ ସେନ୍ ପ୍ରାନ୍ସିସ୍କୋର ପ୍ରୟୋଗାତ୍ମକ ଉପଚାରର ପ୍ରଥମ ପ୍ରତିଭାଗୀ ।

ତେବେ ଏହି ଡିଭାଇସ୍ ଲଗାଯିବାର ୧୨ ଦିନ ପରେ ସାରାଙ୍କ ବିଷାଦ ପରିମାଣ ୩୩ରୁ ଖସି ୧୪ ହୋଇଥିଲା ଏବଂ ଆଉ କିଛି ମାସ ପରେ ଏହା ୧୦ ପର୍ଯ୍ୟନ୍ତ ପଳେଇ ଆସିଥିଲା । ଉତ୍ତରୀ କାର୍ଲିଫର୍ନିଆର ୩୮ ବର୍ଷୀୟା ସାରା କୁହନ୍ତି ଯେ ସେ ଦୀର୍ଘଦିନ୍ ଧରି ଅବସାଦରେ ରହୁଥିଲେ । ଗତ ବର୍ଷ ଆଗଷ୍ଟରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିବା ସେ କୁହନ୍ତି । ଏବେ ଆତ୍ମହତ୍ୟାରୁ ତାଙ୍କ ମନ ଫେରିଆସିଛି । ଅବସାଦ ମଧ୍ୟ କମିଯାଇଛି । ଏବେ ସେ ଡାଟା ଆନାଲିସିସ୍ କ୍ଲାସ୍ ନେଉଛନ୍ତି । ମନୋଚିକିତ୍ସକ ଡ. କ୍ୟାଥେରିନ୍ ସ୍କେନ୍‌ଗୋସ୍ କହିଛନ୍ତି ଯେ ସାରାଙ୍କ ପାଇଁ ଯେଉଁ ଉପାୟ ଆପଣାଗଲା ତାହା ଡିପ୍ ବ୍ରେନ୍ ଷ୍ଟିମୁଲେସନର ଏକ ପ୍ରକାର । ଚିକିତ୍ସାର ପ୍ରଚଳିତ ମାଧ୍ୟମରେ ୪ ରୁ ୮ ସପ୍ତାହ ପରେ ଏଥିରେ ପ୍ରଭାବ ଜଣାପଡେ । କିନ୍ତୁ ଏହି ଉପାୟରେ ତତ୍କାଳ ଜଣାପଡିଥାଏ । ଏହି ପରୀକ୍ଷଣ ସମୟରେ ବିଶେଷଜ୍ଞମାନେ ଉଦାସୀନତା ସହିତ ଜଡିତ ପାର୍ଟନଗୁଡ଼ିକୁ ଚିହ୍ନଟ କରିବା ପାଇଁ କ୍ରମାଗତ ୧୦ ଦିନ ଇଲେକ୍ଟ୍ରୋଡ୍ ପ୍ରୟୋଗ କରି ସାରାଙ୍କ ମସ୍ତିଷ୍କକୁ ପରୀକ୍ଷା କରିଥିଲେ । ଡିଭାଇସ୍ ଏପରି ଭାବରେ ସେଟ୍ କରାଯାଇଥିଲା ଯେ ଉଦାସୀନତାର ଏକ ପାର୍ଟନ ଦେଖାଯିବା ମାତ୍ରେ ଏହା ମାତ୍ର ୬ ସେକେଣ୍ଡ୍ ମସ୍ତିଷ୍କକୁ ଷ୍ଟିମୁଲେସନ୍ ଦେବ । ଏହା ଅବସାଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପଗୁଡିକୁ ବନ୍ଦ କରିଦେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *