ମଦ ପିଇଲେ ଆଉ ମିଳିବ ନାହିଁ ରାସନ

ନୂଆଦିଲ୍ଲୀ: ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ । ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର । କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ । ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢୁଥିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି । ମଦ ପିଇଲେ, ରାସନ ନାହିଁ । ଏମିତି ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ହମୀରପୁର ଜିଲ୍ଲାର ଲମ୍ବୁଲ ଗ୍ରାମପଞ୍ଚାୟତର ସରପଞ୍ଚ । ପଞ୍ଚାୟତରେ ଯେଉଁମାନେ ରାସନ ସାମଗ୍ରୀ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ମଦ ପିଉଥିବା ନେଇ ସୂଚନା ପାଇବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ । ସେ କହିଛନ୍ତି, ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢୁଛି । କେବଳ ସଂଖ୍ୟା ନୁହେଁ ବରଂ ସେମାନଙ୍କର ଉତ୍ପାତ ମଧ୍ୟ ବଢୁଛି । ଆଉ ପଞ୍ଚାୟତରେ ଅଭାବନୀୟ ଘଟଣା ମଧ୍ୟ ଘଟୁଛି । ତେଣୁ ସବୁ ଦିଗକୁ ଚିନ୍ତା କରି ସରପଞ୍ଚ ଏମିତି ନିଷ୍ପତ୍ତି ଶୁଣାଇଛନ୍ତି । ମଦୁଆଙ୍କୁ ରାସନ ନମିଳିବା ନେଇ ଗାଁ ଲୋକେ ଏକ ବୈଠକ କରିଥିଲେ । ଆଉ ଏହି ବୈଠକରେ ସରପଞ୍ଚଙ୍କର ଏପରି ନିଷ୍ପତ୍ତିକୁ ଅନେକ ସ୍ୱାଗତ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ବରଂ ପଞ୍ଚାୟତ ମଦୁଆ କାର୍ଡଧାରୀଙ୍କୁ ମଦ ଛାଡ଼ିବା ଲାଗି ୧୦ ଦିନ ସମୟ ଦିଆଯାଇଛି । ଆଉ ସମୟରେ ସେମାନେ ମଦ ଛାଡିବା ସହ ମଦ ପିଉନଥିବାର ଶପଥ ପାଠ କରିବେ । ଏହାପରେ ହିଁ ସେମାନଙ୍କୁ ରାସନ ସାମଗ୍ରୀ ମିଳିବ ବୋଲି ଜଣାପଡ଼ିଛି । ତେବେ ପଞ୍ଚାୟତର ଏହି ନିଷ୍ପତ୍ତିକୁ ସାରା ଦେଶରେ ବେଶ୍ ଚର୍ଚ୍ଚା ଚାଲିଛି । କାରଣ ମଦ ପିଇଲେ ରାସନ ବନ୍ଦ ହୋଇଯିବ ବୋଲି କେହି କେବେ କଳ୍ପନା କରିନଥିବେ କିନ୍ତୁ ଗୋଟିଏ ଛୋଟିଆ ଗାଁର ସରପଞ୍ଚ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ରାଜ୍ୟରେ ମଧ୍ୟ ପ୍ରଶଂସା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *