ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ଙ୍କ ସମେତ ୪ ମୃତ

ଆବୁଧାବି : ସଂଯୁକ୍ତ ଆରବ ଅମିରାତ(ୟୁଏଇ)ର ରାଜଧାନୀ ଆବୁଧାବିରେ ଏକ ପୋଲିସ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସହ ଜଣେ ବେସାମରିକ ଡାକ୍ତର ଓ ଜଣେ ନର୍ସ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଆବୁଧାବି ପୋଲିସ ଟ୍ୱିଟ କରି କହିଛନ୍ତି ଯେ, ପାଇଲଟ ପ୍ରଶିକ୍ଷକ ଖାମିସ ସଇଦ ଅଲ-ହୋଲି, ଲେଫ୍ଟନାଣ୍ଟ ପାଇଲଟ ନାସିର ମହମ୍ମଦ ଅଲ-ରସିଦିଙ୍କ ସହ ଡ. ଶାହିଦ ଫାରୁକ ଗୁଲାମ ଓ ନର୍ସ ଜୋଏଲ କ୍ୟୁ ସକାରା ମିଣ୍ଟୋଙ୍କ ମୃତ୍ୟୁ ଘଟିଛି । ନିଜ ଡାକ୍ତରୀ ଦଳର ଚାରିଜଣ ସଦସ୍ୟଙ୍କ ମୃତ୍ୟୁରେ ଆବୁଧାବି ପୋଲିସ ମୁଖ୍ୟାଳୟ ଶୋକ ପ୍ରକାଶ କରିଛି । ପୋଲିସ କହିଛି ଯେ ଡ୍ୟୁଟି ସମୟରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କୁ ୟୁଏଇ ନାଗରିକ ବୋଲି ଚିହ୍ନଟ କରାଯାଇଛି । ତେବେ ଡ. ଗୁଲାମ ଓ ନର୍ସ ମିଣ୍ଟୋଙ୍କ ନାଗରିକତ୍ୱ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *