ଭ୍ୟାକ୍ସିନ୍ ନନେଲେ ଚାକିରି ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବାକୁ କରୋନା ଟିକା ହେଉଛି ସବୁଠାରୁ ବଡ଼ ଅସ୍ତ୍ର । ସେଥିପାଇଁ ବିଶ୍ୱର ସମସ୍ତ ଦେଶରେ କରୋନା ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ମାତ୍ର ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ଭ୍ୟାକ୍ସିନ ନେବାକୁ ଚାହୁଁନାହାନ୍ତି । ଆମେରିକାରୁ ଏପରି ଏକ ମାମଲା ସାମନାକୁ ଆସିଛି । କରୋନା ଭ୍ୟାକ୍ସିନ ନେବାକୁ ଅମଙ୍ଗ ହେବାରୁ ଏକ କମ୍ପାନୀ ୧୪୦୦ ଷ୍ଟାଫଙ୍କୁ ଛଟେଇ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ମାମଲାଟି ନ୍ୟୁୟର୍କର ସବୁଠାରୁ ବଡ଼ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ନର୍ଥୱେଲ ହେଲଥ ସହିତ ଜଡ଼ିତ ରହିଛି । ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୪୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି । ଉକ୍ତ କର୍ମଚାରୀମାନେ କରୋନା ଟିକା ନେବାକୁ ଅମଙ୍ଗ ହେବାରୁ କମ୍ପାନୀ ପକ୍ଷରୁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଉକ୍ତ ସଂସ୍ଥାରେ ମୋଟ ୭୬ ହଜାର ଷ୍ଟାଫ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ସମସ୍ତେ ଟିକା ନେଇ ସାରିଛନ୍ତି । ସଂସ୍ଥା ପକ୍ଷରୁ ସମସ୍ତ କ୍ଲିନିକାଲ ଓ ନନକ୍ଲିନିକାଲ ଷ୍ଟାଫଙ୍କ ପାଇଁ କରୋନା ଟିକା ଜରୁରୀ ବୋଲି କୁହାଯାଇଥିଲା । ତେବେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ନୁହେଁ, ବରଂ ଟିକାକରଣ କରିବା ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *