କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲା, ୨ ଓଡ଼ିଆଙ୍କୁ ଗିରଫ କଲା NCB

ମୁମ୍ବାଇ: ମୁମ୍ବାଇ ରେଭ୍‌ ପାର୍ଟିରେ ଡ୍ରଗ୍ସ କାରବାର ମାମଲା । ୨ ଓଡ଼ିଆଙ୍କୁ ଗିରଫ କଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ଅଭିନ ସାହୁ, ମନୀଷ ରାଜଗରିଆକୁ ଏନସିବି ଗିରଫ କରିଛି । ରାଉରକେଲାର ମନୀଷ ରାଜଗରିଆଙ୍କ ସହ ରଘୁନାଥପାଲ୍ଲୀର ଅଭିନ ସାହୁଙ୍କୁ ଗିରଫ କରାଯାଇଛି । ଘଟଣାରେ ପୂର୍ବରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଗିରଫଙ୍କୁ କରାଯାଇଥିଲା । ଆଜି ୨ ଓଡ଼ିଆଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ଏନସିବି । ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି । ଆସନ୍ତାକାଲି ଗିରଫ ୪ ଜଣଙ୍କୁ କୋର୍ଟରେ ହାଜର କରାଯିବ । ଗିରଫ ୪ ଜଣ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜରେ ମହଜୁଦ୍ ଥିବା ଜଣାପଡ଼ିଛି । ଆଜି ସକାଳେ ଏନସିବି ଅବ୍ଦୁଲ କ୍ୱାଦିର ଶେଖ୍, ଶ୍ରେୟସ ନାଏର, ମନୀଷ ଡର୍ଯ୍ୟ ଓ ଅଭିନ ସାହୁଙ୍କୁ ଏନସିବି ଗିରଫ କରିଥିଲା । ସେମାନଙ୍କୁ ମୁମ୍ବାଇ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିବା ବେଳେ ଅକ୍ଟୋବର ୧୧ ଯାଏଁ ସେମାନଙ୍କୁ ଏନସିବି କଷ୍ଟଡିକୁ ପଠାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *