ରାଜଧାନୀରୁ ପୁଣି ବନ୍ଧା ହେଲେ ୨ ୱେବ ସାମ୍ବାଦିକ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବନ୍ଧା ହେଲେ ୨ ୱେବ ସାମ୍ବାଦିକ । ବୁମ୍ ଦେଖାଇ ମାଗୁଥିଲେ ଦାଦା ବଟି । ଗିରଫ ଦୁଇ ଜଣ ୱେବ ସାମ୍ବାଦିକ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ ଓ ଚନ୍ଦ୍ରକାନ୍ତ ଦଳେଇ । ଦୁଇ ଜଣଙ୍କ ଠାରୁ କମ୍ପ୍ୟୁଟର, ପ୍ରିଣ୍ଟର, ବୁମ୍ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ମଞ୍ଚେଶ୍ୱର ଅଞ୍ଚଳର ଜଣେ ମହିଳା ଚକେଇଶିଆଣିର ଅନ୍ୟ ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଦଶ ହଜାର ଟଙ୍କା ଧାର ଆଣିଥିଲେ । ଅଭିଯୋଗକାରୀ ମହିଳା ଜଣଙ୍କ ଟଙ୍କା ଦେବା ବିଳମ୍ବର କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ ନେଇ ଟଙ୍କା ଧାର ଦେଇଥିବା ମହିଳାଙ୍କ କଥାରେ ଦୁଇ ୱେବ ସାମ୍ବାଦିକ ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ମାଗି ଧମକ ଦେବା ସହ ସୋସିଆଲ୍ ମିଡିଆରେ ଖବର ପ୍ରସାରଣ କରି ବଦନାମ କରିବାକୁ ଭୟ ଦେଖାଇଥିଲେ ।  ଗତ ୩ ତାରିଖରେ ମହିଳା ଜଣଙ୍କ ଦୁଇ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ସାମ୍ବାଦିକ ନାମରେ କୌଣସି ଲୋଙ୍କ ଭୟଭୀତ କରି ବଟି ମାଗିଲେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଡିସିପି ଅପିଲ୍ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *