ପିପିଲିରେ ପରାଜୟ: କାରଣ କହିଲେ ବିଜେପି ନେତା ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରତିକ୍ରିୟା । ବିଜେଡିକୁ ହରାଇବାକୁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶାରେ ବିଜେପି ବାରମ୍ବାର ବିଫଳ ହେଉଛି । ଏହାର କାରଣ ଖୋଜିବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ  । ବିଜେପି ୭୬ ହଜାର ଭୋଟ ପାଇଥିବାବେଳେ ଗତ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛି  । ତଥାପି ଦଳର ସମନ୍ୱୟ ଅଭାବ ହିଁ ବିଜେପିକୁ ପରାଜୟ ମୁହଁକୁ ଠେଲି ଦେଇଥିବା କହିଛନ୍ତି ଖାରବେଳ  । ସେପଟେ ଓଡ଼ିଶାରେ ବିଜେପି କାହିଁକି ହାରୁଛି, କେନ୍ଦ୍ରୀୟ ନେତା ସମୀକ୍ଷା କରନ୍ତୁ ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *