ପିପିଲି ବାର୍ତ୍ତା ଦେଇଛି ନବୀନ ନମ୍ବର ୧, ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ହାସଲ କରିବ ବିପୁଳ ଭୋଟ୍

ଭୁବନେଶ୍ୱର: ପିପିଲି ବାର୍ତ୍ତା ଦେଇଛି ଯେ ନବୀନ ୧ ନମ୍ବର ଥିଲେ, ରହିଛନ୍ତି  । ପିପିଲି ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନରେ କର୍ମୀଙ୍କ ମନୋବଳ ବଢାଇବ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ବିକାଶ ସହ ଲୋକ ରହିଲ,  ନବୀନ ହେଉଛନ୍ତି ଜନନେତା  । ତାଙ୍କ ନେତୃତ୍ବ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ରହିଛି  । ସବୁ ଉପନିର୍ବାଚନରେ ବିଜେଡି ଜିତିଛି ,ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ବିଜୟ କରିବ ବୋଲି ଦେବୀ ମିଶ୍ର କହିଛନ୍ତି । ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜେପିକୁ ଲୋକ ପ୍ରତ୍ୟାଖାନ କରିବା ସହିତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସହିତ ରହିଛନ୍ତି ବୋଲି ପ୍ରଶାନ୍ତ ମଦୁଲି କହିଛନ୍ତି । ରବିବାର ପିପିଲି ଉପନିର୍ବାଚନ ଫଳ ଘୋଷଣା ହୋଇଥିବାବେଳେ ୨୦ ହଜାରରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ  । ଦଳୀୟ ମହଲରେ ସଭିଏଁ ଉତ୍ସାହିତ ରହିତିବାବେଳେ ନବୀନଙ୍କ ଉପରେ ଜନତାଙ୍କ ଆସ୍ଥା ରହିଥିବା କହିଛନ୍ତି ନେତା  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *