ମୃତ୍ୟୁର ଯନ୍ତାରେ ଷ୍ଟିଲ୍ ସିଟି : ସରକାର ନେବେ ଉଚିତ ପଦକ୍ଷେପ

ରାଉରକେଲା : ଗତ ୪ ଦିନ ହେଲା ଷ୍ଟିଲ୍ ସିଟି ରାଉରକେଲାର ପରିବେଶ ଦୂଷିତମୟ ହୋଇପଡ଼ିଛି । ଲୋକଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଅଳ୍ପ ଦୂରରୁ କିଛି ଦେଖା ଯାଉନାହିଁ । ଚାରିଆଡ଼େ କେବଳ ଧୂଆଁମୟ ପରିବେଶ । ପ୍ରଦୂଷଣ ମାତ୍ରାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଧୂଆଁ ଓ ପ୍ରଦୂଷଣରେ ପୀଡ଼ିତ ରୋଗୀଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲରେ ଅସମ୍ଭାଳ ଭିଡ଼ ଦେଖାଦେଇଛି । ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ହେଲେ ସହର ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ କରାଯିବ । ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ସ୍କୁଲ, କଲେଜକୁ ସାମୟିକ ଛୁଟି କରାଯିବ । ଏଥିସହ ରେଳ ଷ୍ଟେସନ ଲୋଡିଂ, ଅନଲୋଡିଂ ପଏଣ୍ଟ ମଧ୍ୟ ବନ୍ଦ କରାଯିବ । ସରକାର ଏହି ଘଟଣାରେ କଠୋର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *