ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ୪ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ

ଶାର୍‌ଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୪୬ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯାଇଛି। ଶାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇକୁ ଦିଲ୍ଲୀ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଋଷଭ ପନ୍ତଙ୍କ ଦିଲ୍ଲୀ ଟିମ୍‌ ୧୯.୧ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଛି। ଦିଲ୍ଲୀ କ୍ୟାପିଟାଲ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଟିମ୍‌ ୨୦ ଓଭରରେ ୮ଓ୍ଵିକେଟ୍‌ ହରାଇ ୧୨୯ ରନ୍‌ ସଂଗ୍ରହ କରିଥିଲା। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଦିଲ୍ଲୀ ପାଇଁ ଆଜିର ମ୍ୟାଚରେ ଶ୍ରେୟଶ ଆୟର ସର୍ବାଧିକ ୩୩ ରନ୍‌ ସଂଗ୍ରହ କରିଥିଲେ। ସେ ଏଥି ପାଇଁ ୩୩ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ଅଧିନାୟକ ଋଷଭ ପନ୍ତ ୨୨ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍‌ ଯୋଡ଼ିଥିଲେ। ଯୁବ ଓପନର ପୃଥ୍ଵୀ ସ’ ୬ ରନ୍‌, ଅଭିଜ୍ଞ କ୍ରିକେଟର ଶିଖର ଧଓ୍ଵନ ୮ ରନ୍‌, ଷ୍ଟିଭ୍‌ ସ୍ମିଥ ଓ ଅକ୍ଷର ପଟେଲ ୯ ରନ୍‌ ଲେଖାଏଁ ବ୍ୟକ୍ତିଗତ ସ୍କୋର କରିଥିଲେ। ତେବେ ଅନ୍ତିମ ପର୍ଯ୍ୟାୟରେ ସିମରନ୍‌ ହେଟମେୟରଙ୍କ ୧୫ ରନ୍‌ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅପରାଜିତ ୨୦ ରନ୍‌ ବଳରେ ଦିଲ୍ଲୀ ଏହି ମ୍ୟାଚକୁ ଜିତି ପାରିଛି। ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ଶସ୍ତାରେ ଆଉଟ୍‌ ହୋଇଥିଲେ। ସେ ୧୦ଟି ବଲ୍‌ ଖେଳି ଅବେଶଙ୍କ ବଲ କାଗିସୋ ରାବଡ଼ାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଆସିଥିଲେ। ରୋହିତଙ୍କ ସହି ଓପନର ଖେଳିଥିବା କ୍ୱିଣ୍ଟନ୍‌ ଡି’ କକ୍‌ ୧୯ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଇଁ ସର୍ବାଧିକ ୩୩ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ମାରିଥିଲେ।

ମୁମ୍ବାଇ ଇଣ୍ଡିଆନ୍‌ସର ସୌରଭ ତିଓ୍ଵାରି ଦିଲ୍ଲୀ ବୋଲର ଅକ୍ଷର ପଟେଲଙ୍କ ବଲ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହେବା ପୂର୍ବରୁ ୧୫ ରନ୍‌ ସଂଗ୍ରହ କରିଥିଲେ। କିରନ ପୋଲାର୍ଡ ୬ ରନ୍‌, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍‌, କ୍ରୁନାଲ ପାଣ୍ଡ୍ୟା (ଅପରାଜିତ ୧୩ ରନ୍‌), ନାଥାନ କଲଟର ନାଇଲ ୧ ରନ୍‌, ଜୟନ୍ତ ଯାଦବ ୧୧ ଓ ଜସପ୍ରୀତ ବୁମ୍‌ରା ୧ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଅବେଶ ଖାନ୍‌ ଓ ଅକ୍ଷର ପଟେଲଙ୍କୁ ୩-୩ ଓ୍ଵିକେଟ ମିଳିଥିଲା। ସେହିପରି ଅନରିଚ୍‌ ନୋରତ୍‌ଜେ ଗୋଟିଏ ଲେଖାଏ ଓ୍ଵିକେଟ୍‌ ନେଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *