୫ କୋଟି ଲଟେରୀ ଜିତି ବି ରଖିଲେନି ଗୋଟିଏ ଟଙ୍କା, ସବୁ ବାଣ୍ଟିଦେଲେ ଦୁଃଖୀଙ୍କ ମଧ୍ୟରେ

ନୂଆଦିଲ୍ଲୀ : ଦୁନିଆରେ କ୍ୱଚିତ ଲୋକ ଥାଆନ୍ତି ଯେଉଁମାନେ ଅନ୍ୟ ପାଇଁ କାନ୍ଦନ୍ତି । ସୁବିଧା ପାଇଲେ ବହୁତ କିଛି କରିଥାନ୍ତି ଦୁଃଖୀ ଲୋକଙ୍କ ପାଇଁ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅଷ୍ଟ୍ରେଲିଆର ପିଟର ଚାର୍ଲଟନ ଯେ କି ଅନ୍ୟର ଖୁସୀ ପାଇଁ ଲଟେରୀରେ ପାଇଥିବା ୫ ଲକ୍ଷ ପାଉଣ୍ଡ ବା ପ୍ରାୟ ୫ କୋଟି ଟଙ୍କା ଦୁଃଖୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । କରୋନା ଲକ୍‌ଡାଉନ ସମୟରେ ଆର୍ôଥକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ମଧ୍ୟରେ ମଧ୍ୟ ସେ ଏହି ଟଙ୍କା ଦାନ କରିଥିଲେ । ପିଟର ଚାର୍ଲଟନ କୁହନ୍ତି ଯେ ସେ ଜିତିଥିବା ଲଟେରୀ ଟଙ୍କା ନିଜ ପାଖରେ ରଖିବାକୁ ଠିକ୍ ମନେ କରିନଥିଲେ । ତେଣୁ ଏହି ଅର୍ଥକୁ ସମାଜର ଗରୀବ ଲୋକ ଓ ନିଜର ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାକୁ ଉଚିତ୍ ମନେ କଲେ । ଏହି ଅର୍ଥ ପାଇବା ପରେ ତାଙ୍କୁ ଯେମିତି ଲାଗିଲା ସେ ସୁନାର ପାହାଡ଼ ଉପରେ ବସିଛନ୍ତି । ତେଣୁ ତୁରନ୍ତ ସେ ଏଥିରୁ ମୁକ୍ତ ହେବା ପାଇଁ ଏହି ନିଷ୍ପତ୍ତି ନେଲେ । ସମାଜର ଦୁଃଖୀ ଲୋକଙ୍କ ମଧ୍ୟରେ ସେ ଏହି ଟଙ୍କାକୁ ବାଣ୍ଟିବାକୁ ନିଷ୍ପତ୍ତି ନେଲେ । ଗରୀବ ଲୋକଙ୍କ ମଧ୍ୟରେ ସେ ଏହି ଟଙ୍କା ବାଣ୍ଟିବାରେ ବହୁତ ଆନନ୍ଦ ମିଳିଲା ବୋଲି ପିଟର କହିଛନ୍ତି । ପ୍ରାୟ ୫ କୋଟି ଟଙ୍କା ଜିତିବା ପରେ ଏମିତି କେହି ବ୍ୟକ୍ତି ନଥିବେ ଯେ ସବୁ ଅର୍ଥ ସମାଜର ଅବହେଳିତ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିଷ୍ପତ୍ତି ନେବେ । ହେଲେ ପିଟର ଏପରି କରି କେବଳ ଯେ ଗରୀବ ଲୋକଙ୍କ ମନରେ ତାଙ୍କ ପାଇଁ ସମ୍ମାନ ସୃଷ୍ଟି କରି ନାହାଁନ୍ତି ସମଗ୍ର ମାନବ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ପିଟରଙ୍କ ଏପରି ନିଷ୍ପତ୍ତିରେ ତାଙ୍କୁ ସବୁ ଦିଗରୁ ପ୍ରଶଂସାର ସୂଅ ଛୁଟୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *