କୁଖ୍ୟାତ ନିଶାବେପାରୀ ଷ୍ଟାରପିଣ୍ଟୁ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନସୁଗର କାରବାର କରୁଥିବା ଜଣେ ଯୁବକକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭୀମଟାଙ୍ଗି ଅଞ୍ଚଳର ପ୍ରଦୀପ୍ତ କୁମାର ସାହୁ ଓରଫ ଷ୍ଟାରପିଣ୍ଟୁ(୨୮) । ତା’ ଠାରୁ ୭୩ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୭ଲକ୍ଷ ଟଙ୍କା । ଏହାସହ ନଗଦ ୬ହଜାର ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି । ଏନେଇ ପୁଲିସ କେସ୍ ନଂ ୨୫୭/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଭୀମଟାଙ୍ଗି ଅଞ୍ଚଳରେ ଷ୍ଟାରପିଣ୍ଟୁ ସବୁବେଳେ ନିଶାବେପାର କରେ । ଗୁରୁବାର ରାତିରେ ଭୀମଟାଙ୍ଗି ବିଡ଼ିଏ ପାର୍କ ନିକଟରେ ସେ ବ୍ରାଉନସୁଗର ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ପିଣ୍ଟୁ ଦୌଡ଼ିବାରେ ଲାଗିଲା । ଏହାପରେ ପୁଲିସ ଟିମ୍ ତାକୁ ଗୋଡ଼ାଇ ଧରିଥିଲେ । ତାକୁ ଯାଞ୍ଚ କରିବାରୁ ବ୍ରାଉନସୁଗର ମିଳିଥିଲା । ଏହାପରେ ତାକୁ ଗିରଫ କରି ଥାନାକୁ ଅଣାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *