ବାହାଘରର ୪ ବର୍ଷ ପରେ ଅଲଗା ହେଲେ ସାଉଥର ଏହି ସୁପରହିଟ୍ ଯୋଡି..

ମୁମ୍ବାଇ:ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ  ସାମନ୍ଥା ପ୍ରଭୁ ଓ ଅଭିନେତା ନାଗା ଚୈତନ୍ୟ  ଅଲଗା ହେଲେ । ସେମାନଙ୍କ ଅଲଗା ହେବାର ନିଶ୍ଚିତ ସୂଚନା ଦେଇଛନ୍ତି ଏହି ଯୋଡି । ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅଲଗା ହେବାର ଖବର ଦୁନିଆକୁ ଜଣାଇଲେ ଦୁହେଁ ।  ସାମନ୍ତା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଏବଂ ନାଗା ସ୍ୱାମୀ-ସ୍ତ୍ରୀ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ମତଭେଦ ଏବଂ ଛାଡପତ୍ର ହେବାର ଖବର ଆସିଥିଲା। ବର୍ତ୍ତମାନ ସେ ନିଜେ କହିଛନ୍ତି ଯେ ଉଭୟ ଅଲଗା ଅଛନ୍ତି। ସାମନ୍ତ ଏବଂ ନାଗା ଚେତନ୍ୟ ୨୦୧୭ ରେ ବିବାହ କରିଥିଲେ | କିଛି ସମୟ ପାଇଁ ପରସ୍ପରକୁ ଡେଟ କରିବା ପରେ ସାମନ୍ଥା ପ୍ରଭୁ ଏବଂ ନାଗା ପରସ୍ପରର ନିକଟତର ହୋଇଥିଲେ । ପ୍ରେମରୁ ବିବାହର ରାସ୍ତା ଖୁବ ସୁନ୍ଦର ଥିଲା ଏହି ହିଟ୍ ଯୋଡିଙ୍କର.. ଉଭୟଙ୍କୁ ଦକ୍ଷିଣ ଭାରତୀୟ ସିନେମାର ପ୍ରିୟ ଦମ୍ପତି ଭାବରେ ବେଶ୍ ଜଣାଯାଏ । ତେବେ ସେମାନଙ୍କ ବିବାହ ମାତ୍ର ଚାରି ବର୍ଷ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଲା । ଦୀର୍ଘ ସମୟ ଧରି, ସେମାନଙ୍କ ସମ୍ପର୍କର ଦୂରତା ଖବର ବାହାରକୁ ଆସୁଥିଲା, କିନ୍ତୁ ଏହି ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ ସେମାନଙ୍କର ଫ୍ୟାନ୍ସ । କିଏ ଏହାକୁ ମିଛ ଅପ୍ରଚାର କହୁଥିଲା ତ ପୁଣି କିଏ ସେମାନଙ୍କ ଆଗାମୀ ଫିଲ୍ମର କାହାଣୀ କହୁଥିଲା,କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମିଛ ଖବରକୁ ସତ କରିଦେଇଛନ୍ତି ସାମନ୍ଥା ପ୍ରଭୁ ଓ ନାଗା ଚେତନ୍ୟ..  ଏବେ ଦୁହେଁ ବାଛିନେଲେ ଦୁହିଁଙ୍କ ପାଇଁ ଭିନ୍ନ ଭିନ୍ନ ରାସ୍ତା । ତେଲୁଗୁ ସିନେମାର ଏହି ପ୍ରସିଦ୍ଧ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି | ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ ମଧ୍ୟ କରିଛନ୍ତି, ସେଥିମଧ୍ୟରୁ ସବୁଠାରୁ ହିଟ୍ ଥିଲା ୨୦୧୦ର ଚଳଚ୍ଚିତ୍ର ‘ୟେ ମାୟା ଚେସାଭ୍’ | ୨୦୧୯ ମସିହାରେ ଦୁହେଁ ଏକାଠି ମାଜିଲି ଫିଲ୍ମରେ ନଜର ଆସିଥିଲେ। ସମ୍ପ୍ରତି, ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ୨ ରେ ସାମନ୍ତା ତାଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ ମଧ୍ୟ କରିଥିଲେ | ଉତ୍ତର ଭାରତରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି | ନିକଟରେ ସାମନ୍ଥା ପ୍ରଭୁ ଏବଂ ନାଗା ଚୈତନ୍ୟ ନିଜ ଭବିଷ୍ୟତ ଉତ୍ତରାଧିକାରୀ ପାଇଁ ଯୋଜନା କରୁଥିବାର ମଧ୍ୟ ଖବର ଆସିଥିଲା। ହେଲେ ଅଚାନକ ଏହି ଦୁଇ ପ୍ରେମୀଜୁଗଳଙ୍କ ଛାଡପତ୍ର କଥା କାହାକୁ ବିଶ୍ବାସ ହେଉନାହିଁ..କାରଣ ଅନେକ ସୁପରହିଟ୍ ଲଭଷ୍ଟୋରୀର କଥା ଉଠିଲେ ନାଗା  ଚୈତନ୍ୟ ଓ ସାମନ୍ଥା ପ୍ରଭୁଙ୍କର ନାଁ ଆସେ..

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *