ବର୍ଷାର ତାଣ୍ଡବ : ସିମ୍‌ଲାରେ ଭୁଶୁଡ଼ିଲା ୮ ତାଲା କୋଠା

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଖାସ୍ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକାଧିକ ବହୁତଳ ପ୍ରାସାଦ ମାଟିରେ ମିଶିଯାଇଛି । ଫଳରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ସିମ୍‌ଲାରେ ଘଟିଛି । ହିମାଚଳ ପ୍ରଦେଶର ରାଜଧାନୀ ସିମ୍‌ଲାରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକ ବହୁ ତଳ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ିବା ଯୋଗୁ ନିକଟରେ ଥିବା ଛୋଟ ଛୋଟ ଘର ମଧ୍ୟ ଭାଙ୍ଗିଯାଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ହିମାଚଳ ପ୍ରଦେଶର ପ୍ରାକୃତିକ ବିପର୍ଯ୍ୟୟ ନିରାକରଣର ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା କହିଛନ୍ତି, ନିକଟରେ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ସିମ୍‌ଲାରେ ହାଲି ପ୍ୟାଲେସ୍ ପାଖରେ ଥିବା ଏକ ୮ ତାଲା କୋଠା ଗୁରୁବାର ଅପରାହ୍ନରେ ଭୁଶୁଡ଼ିପଡ଼ିଛି । ଏହି କୋଠା ଭାଙ୍ଗି ନିକଟରେ ଥିବା ଅନ୍ୟ ଦୁଇଟି କୋଠା ଉପରେ ପଡ଼ିଥିଲା । ଫଳରେ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ମୋଖତା କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଠାରେ ରହୁଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *