ରାଜ୍ୟ ସରକାରଙ୍କୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ, ପୋଲିସ ନିଯୁକ୍ତି ପରୀକ୍ଷାରେ ଆବେଦନ କରିପାରିବେ ଟ୍ରାନ୍ସଜେଣ୍ଡର

କୋଲକାତା : କୋଲକାତା ପୋଲିସରେ ନିଯୁକ୍ତି ଲାଗି ଜନୈକ ଟ୍ରାନ୍ସଜେଣ୍ଡର ଆବେଦନକାରୀଙ୍କୁ ରାଜ୍ୟ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଜାରି କରିବା ସହ ପୋଲିସ ନିଯୁକ୍ତି ପରୀକ୍ଷାରେ ଟ୍ରାନ୍ସଜେଣ୍ଡର ଆବେଦନକାରୀଙ୍କୁ ସୁଯୋଗ ଦେବାକୁ କହିଛନ୍ତି। କୋଲକାତା ପୋଲିସର ୨୦୨୧ ସବଇନିସପେକ୍ଟର ଓ ସର୍ଜେଣ୍ଟ ନିଯୁକ୍ତି ପରୀକ୍ଷା ଆବେଦନ ଫର୍ମରେ ଟ୍ରାନ୍ସଜେଣ୍ଡର କଲମ ଦିଆଯାଇନଥିଲା। ଏଣୁ ଆବେଦକ ନିରାଶ ହୋଇ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। କୋଲକାତା ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ମୁଖାର୍ଜୀ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ।

ଏଥିରେ ରାଜ୍ୟ ସରକାର ଜବାବ ରଖିଥିବା ବେଳେ ଏପରି ନିଯୁକ୍ତି ପରୀକ୍ଷାରେ ଟ୍ରାନ୍ସଜେଣ୍ଡରଙ୍କୁ ସୁଯୋଗ ଦେବା ଲାଗି ସେପ୍ଟେମ୍ବର ୧୪ ତାରିଖରେ ନିଷ୍ପତ୍ତି ହୋଇଥିବା କୋର୍ଟଙ୍କୁ ସୂଚିତ କରିଛନ୍ତି। ଏଥିରେ କୋର୍ଟ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପୋଲିସ ନିଯୁକ୍ତି ପରୀକ୍ଷାରେ ଟ୍ରାନ୍ସଜେଣ୍ଡରଙ୍କୁ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଆବେଦନକାରୀ ଉଠାଇଥିବା ପ୍ରସଙ୍ଗର ବିଧିବତ୍ ସମାଧାନ ହୋଇପାରିଥିବା କୋର୍ଟ କହିଛନ୍ତି। ଏଥିଲାଗି ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓକିଲଙ୍କ କାର୍ଯ୍ୟପଦ୍ଧତୀକୁ ମଧ୍ୟ କୋର୍ଟ ତାରିଫ କରିଛନ୍ତି। ଓକିଲଙ୍କ ହସ୍ତକ୍ଷେପ ଯୋଗୁ ସରକାର ଟ୍ରାନ୍ସଜେଣ୍ଡରଙ୍କୁ ପୋଲିସର ଅନଆର୍ମଡ ବ୍ରାଞ୍ଚରେ ସବ ଇନିସପେକ୍ଟର ଓ ଲେଡି ସବଇନିସପେକ୍ଟର  ନିଯୁକ୍ତି ନିମନ୍ତେ ପଦକ୍ଷେପ ନେଇଥିବା କୋର୍ଟକୁ ସୂଚିତ କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *