ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମ୍ପ୍ରତି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ । ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବକ ଏବଂ ଛାତ୍ରମାନେ ସେବାବ୍ରତୀ ହୋଇ ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ କରୁଛି । ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଡ. ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ୱେବିନାରରେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ, ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ତ୍ୱରାନ୍ବିତ କରିବା ବିଷୟରେ ସବିଶେଷ ଖସଡ଼ା ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନସାମାଜିକ ସେବା ଯଥା ରକ୍ତଦାନ କାର୍ଯ୍ୟକ୍ରମ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟର ପରିସର , ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ପରିସର, ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି। ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନନ୍ୟ ଉଦାହରଣ ସୃଷ୍ଟି କରିବ । ଏହି ୱେବିନାରରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜୋନ୍ ସଭାପତି ଜିଲ୍ଲା ସଭାପତି, ବ୍ଲକ ସଭାପତି,ଆଇ.ଟି ସଂଯୋଜକ ଏବଂ ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *