୫୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ଜଳେଶ୍ୱର: ପୋଲିସ ଓ ଅବକାରୀ ବିଭାଗର ପୃଥକ ପୃଥକ ଚଢ଼ାଉ । ୫୪୦ ଗ୍ରାମର ବ୍ରାଉନ ସୁଗାର ଜବତ । ଚାରି ଜଣ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁର ସ୍କୁଲ ସମ୍ନାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକକୁ ଅଟକାଇଥିଲା । ସେମାନଙ୍କ ଠାରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ସେପଟେ  ପୋଲିସ ରାଜପୁର ବସ୍ତିରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ସହ ପ୍ରାୟ ୩୦୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଉଭୟ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ମୋଟ ୫୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *