ଦିଲ୍ଲୀ ପହଞ୍ଚିଲା ଓଡ଼ିଶା କଂଗ୍ରେସ କନ୍ଦଳ, ପ୍ରଦୀପ କହିଲେ- ‘ମୁଁ ଦଳ ଛାଡ଼ିବା ଗୁଜବ

ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ରାଜ୍ୟ କଂଗ୍ରେସରେ କମ୍ପନ । ଗୋଟିଏ ପଟେ ବିଧାୟକ ମହମ୍ମଦ ମୋକିମଙ୍କ ସରକାରୀ ବାସଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏକାଠି ହୋଇଛନ୍ତି । ଅନ୍ୟପଟେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଦଳର ବରିଷ୍ଠ ନେତା ଭକ୍ତ ଦାସ ଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ରାହୁଲଙ୍କୁ ଭେଟି ଦଳୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା । ଏନେଇ ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ରାଜ୍ୟ କଂଗ୍ରସରେ କନ୍ଦଳ ନାହିଁ । ଆସନ୍ତା ଦିନରେ ବହୁତ କିଛି ସୁଧୁରିବ । ଅନ୍ୟପଟେ ବେଶ୍ କିଛି ଦିନ ହେବ ପ୍ରଦୀପ ମାଝୀ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଦୀପ ମାଝି । ସେ କଂଗ୍ରେସ ଛାଡ଼ୁନଥିବା କହିଛନ୍ତି ।

ଖାଲି ରାଜ୍ୟ ନୁହେଁ ଦେଶରେ କଂଗ୍ରେସ ଦଳକୁ ମଜଭୁତ୍ କରିବାକୁ ଦଳ ସହ ରହି କାମ କରିବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ମୁଁ ଦଳ ସହ ଅଛି ଆଉ ରହିବି । କଂଗ୍ରେସର ସଂଗଠନକୁ ସଜାଡ଼ିବା ନେଇ ଭକ୍ତ ଦାସ ଓ ପ୍ରଦୀପ ମାଝୀ ରାହୁଲଙ୍କ ସହ କଥା ହୋଇଛନ୍ତି । ଦିଲ୍ଲୀରେ କଂଗ୍ରେସର ଉତ୍ଥାନ ହେଲେ ରାଜ୍ୟରେ ବି ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଦୀପ ମାଝୀ । ପିସିସି ସଭାପତି ପରିବର୍ତ୍ତନ ନେଇ ରାହୁଲଙ୍କ ସହ କୌଣସି ଆଲୋଚନା ହୋଇନି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ପିସିସି ସଭାପତି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛନ୍ତି ପ୍ରଦୀପ । ବାରମ୍ବାର ସଭାପତି ପରିବର୍ତ୍ତନ ପରିବର୍ତ୍ତେ ଦଳକୁ ସଜାଡ଼ିବା ନେଇ ରାହୁଲଙ୍କ ସହ କଥା ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *