କାରରେ ଆସୁଥିଲେ, ଜଙ୍ଗଲରେ ଜୁଆ ଖେଳୁଥିଲେ…

ଗୁଣୁପୁର: ଗୁଣୁପୁର ପୋଲିସକୁ ବଡ଼ ସଫଳତା । ହାଇପ୍ରୋଫାଇଲ୍ ଜୁଆ ଆଡା ଉପରେ ଅତର୍କିତ ଚଢ଼ାଉ କରିଛି ଗୁଣପୁର ପୋଲିସ । ରେଗେଡା ଗାଁ ନିକଟ ଏକ କାଜୁ ଜଙ୍ଗଲରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ପୋଲିସ ୧୫ ଜଣଙ୍କୁ ଗିରଫ କରିବା ସହ ୧୨ଟି ଦାମୀ କାର୍, ଗୋଟିଏ ଅଟୋ ରିକ୍ସା, ୧୯ଟି ମୋବାଇଲ୍ ଫୋନ, ତାସ୍ ସହ ଜୁଆ ଖେଳରେ ବ୍ୟବହୃତ ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିଛି । ସମସ୍ତ ଜୁଆଡି ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଓ ପାରଳାଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଆଗକୁ ଆହୁରି ଏଭଳି ଜୁଆ ଖେଳ ଉପରେ ପୋଲିସ୍ ତୀକ୍ଷଣ ନଜର ରଖି ରେଡ୍ କରିବ ବୋଲି ପୋଲିସ ସୂଚନା ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *