ଟ୍ୟୁସନ ପାଇଁ ଘରୁ ବାହାରିଥିଲେ, ଜାତୀୟ ରାଜପଥ କଡ଼ରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ବୁଲନ୍ଦଶହର  : ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ବୁଦା ମୂଳରେ ଜମା ହୋଇଥିବା ପାଣିରୁ ଜଣେ ହାଇସ୍କୁଲ ଛାତ୍ରୀଙ୍କ ମୃତଦେହ ମିଳିଛି। ମାମଲା ବୁଲନ୍ଦଶହର ଥାନା ଖୁର୍ଜା ଅଞ୍ଚଳର। ୯୧ ନମ୍ବର ଜାତୀୟ ରାଜପଥ ନିକଟରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ଛାତ୍ରୀ ଜଣକ ଟ୍ୟୁସନ ଯିବା ପାଇଁ ଘରୁ ବାହାରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଆଇନ ବ୍ୟବସ୍ଥାକୁ ନେଇ ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି।

ଛାତ୍ରୀଙ୍କୁ ହତ୍ୟା କରି ବୁଦା ମୂଳରେ ଫୋପାଡ଼ି ଦେଇଥିବା ଜଣାପଡିଛି। ହତ୍ୟା ସମ୍ପର୍କରେ ସୂଚନା ପାଇବା କ୍ଷଣି ଏସଏସପି ସମେତ ପୋଲିସ ଅଧିକାରୀ ଓ ପୋଲିସବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ଆଖପାଖ ଲୋକଙ୍କୁ ପୋଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରେ ଫରେନସିକ ଟିମ ଓ ଡଗ ସ୍କ୍ୱାର୍ଡ ମଧ୍ୟ ଉପସ୍ଥିତ ଅଛନ୍ତି। ପୋଲିସ ଓ ଫରେନସିକ ଟିମ ହତ୍ୟାକାଣ୍ଡର ଖିଆ ଖୋଜିବାକୁ ଚେଷ୍ଟା କରୁଛି। ଫରେନସିକ ଓ ଡଗ ସ୍କ୍ୱାର୍ଡ ଟିମ ଘଟଣାସ୍ଥଳରୁ ପ୍ରମାଣ ଏକତ୍ରିତ କରିଛି।

ଯାଞ୍ଚ ବେଳେ ରାଜପଥ କଡ଼ରୁ ଛାତ୍ରୀଙ୍କ ଭଙ୍ଗା ଚୁଡ଼ି ମିଳିଛି। ଛାତ୍ରୀଙ୍କ ଜୋତା ମଧ୍ୟ ରାସ୍ତା କଡ଼ରୁ ଉଦ୍ଧାର ହୋଇଛି। ଫରେନସିକ ଟିମ ଭଙ୍ଗା ଚୁଡ଼ି ଓ ଜୋତା ଫରେନସିକ ଲ୍ୟାବକୁ ପଠାଇଛି। ବୁଲନ୍ଦଶହର ଜିଲ୍ଲାରେ ଲଗାତାର ଅପରାଧ ବଢ଼ିବାରେ ଲାଗିଛି। ବୁଲନ୍ଦଶହର ପୋଲିସ ଅପରାଧ ରୋକିବାରେ ବିଫଳ ହୋଇଛି। ଜାତୀୟ ରାଜପଥରେ ହାଇସ୍କୁଲ ଛାତ୍ରୀଙ୍କ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତକୁ କେବେ ଗିରଫ କରୁଛି ତାହା ଦେଖିବା ବାକି ରହିଲା। ତେବେ ହତ୍ୟା ମାମଲାରେ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *