ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ କରିବେ ରାଷ୍ଟ୍ରପତି

ରାଉରକେଲା : ଆସନ୍ତା ୨୧ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିବସୀୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକାଳରେ ସେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଥିବା ସୁପରସ୍ପେଶିଆଲିଟି ହସପିଟାଲକୁ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଆଜି ବିଜେପି ପ୍ରତିନିଧିମଣ୍ଡଳୀ ହସପିଟାଲ ପରିଦର୍ଶନ କରିବାସହ ଅନ୍ୟ ପ୍ରକଳ୍ପ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଜିଲ୍ଲାର ସାଂସଦ ଜୁଏଲ ଓରାମ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁଦର୍ଶନ ଗୋୟଲ, ବିଜେପି ପ୍ରବକ୍ତା ଧୀରେନ ସେନାପତି, ଟଙ୍କଧର ତ୍ରିପାଠୀ, ପାର୍ଥସାରଥୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *