ଉତ୍ତରାଖଣ୍ଡରେ ଚୀନା ସୈନିକଙ୍କ ଅନୁପ୍ରବେଶ

ନୂଆଦିଲ୍ଲୀ : ଗତ ଅଗଷ୍ଟ ୩୦ ତାରିଖରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲ୍‌ଏ)ର ପ୍ରାୟ ୧୦୦ ସୈନିକ ଉତ୍ତରାଖଣ୍ଡର ବାରାହୋତିରେ ଅନୁପ୍ରବେଶ କରିଥିଲେ ବୋଲି ମଙ୍ଗଳବାର ଏକ ରିପୋର୍ଟରୁ ଜଣାଯାଇଛି । ଏହି ସୈନିକମାନେ ଘୋଡ଼ାରେ ଆସିଥିବା ବେଳେ ଭାରତୀୟ ଅଞ୍ଚଳରେ ୩ ଘଣ୍ଟା ଅବସ୍ଥାନ କରିଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି । ସେହିପରେ ସେମାନେ କେତେକ ପାଦଚଲା ପୋଲ୍ ଭାଙ୍ଗି ଦେଇଥିଲେ । ତେବେ ଭାରତୀୟ ସେନା ଓ ଆଇଟିବିପି ଟ୍ରୁପ୍ ଆସିବା ପରେ ସେମାନେ ସ୍ଥାନ ଛାଡ଼ି ଚାଲିଯାଇଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି । ରିପୋର୍ଟ ପ୍ରକାଶ ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ସରକାରଙ୍କ ନିକଟରେ ଏ ନେଇ କୌଣସି ସୂଚନା ନାହିଁ । ପୂର୍ବ ଲାଦାଖ୍‌ରେ ଭାରତୀୟ ସେନା ଓ ଚୀନ୍ ୧୭ ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏହି ଘଟଣା ଘଟିଛି । ଇଣ୍ଟେଲିଜେନ୍ସ ରିପୋର୍ଟକୁ ଆଧାରରେ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଏଲ୍‌ଏସି ନିକଟବର୍ତ୍ତୀ ପୂର୍ବ ଲାଦାଖ୍‌ର ଅପରପାଶ୍ୱର୍ରେ ୮ରୁ ଅଧିକ ଫରୱାର୍ଡ ପୋଷ୍ଟରେ ପିଏଲ୍‌ଏ ନିଜର ସୈନିକଙ୍କ ପାଇଁ କେତେକ ମୋଡୁଲାର ଆଧାରସ୍ଥଳୀ ନିର୍ମାଣ କରିଛି । ସୂଚନାଯୋଗ୍ୟ, ପୂର୍ବ ଲଦାଖ୍‌ର ଏଲ୍‌ଏସିର ଉଭୟ ପାଶ୍ୱର୍ରେ ଭାରତ ଓ ଚୀନ୍ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନିକ ସହ ଟ୍ୟାଙ୍କ୍‌, ମିଶାଇଲ୍ ସିଷ୍ଟମ ମୁତୟନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *