ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୂହାହେଲେ ଗର୍ଭବତୀ

କୋରାପୁଟ : ରାସ୍ତା ନଥିବାରୁ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଅନେକ ଲୋକ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କୋରାପୁଟ ବ୍ଲକ ସୁକୁ ପଞ୍ଚାୟତର ମାଳିଗୁଡ଼ା ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିବାକୁ ପଡ଼ିଛି । ମାଳିଗୁଡ଼ା ଗ୍ରାମର ରଇଲା ଗୌଡ଼ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଗ୍ରାମବାସୀମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ରାସ୍ତା ନ ଥିବାରୁ ଗ୍ରାମଠାରୁ ୨ କି.ମି ଦୂର ପିତ୍ରେଇ ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା ।

ଗର୍ଭବତୀଙ୍କୁ ସାହାଯ୍ୟ କରିବାକୁ ଆମ୍ବୁଲାନ୍ସ ଡ୍ରାଇଭର କିରଣ ଚୌଧୁରୀ ଓ ଫର୍ମାସିଷ୍ଟ ସନ୍ଦୀପ କୁମାର ଷ୍ଟ୍ରେଚର ଧରି ଗ୍ରାମକୁ ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଡ୍ରାଇଭର ଓ ଫାର୍ମାସିଷ୍ଟ ଗର୍ଭବତୀ ମହିଳାଙ୍କୁ ୨କି.ମି ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ସଙ୍କୁଚିତ ପରିସର ମଧ୍ୟରେ ଆମ୍ବୁଲାନ୍ସଟି ୱାର୍ଡ ନିକଟରେ ପହଞ୍ଚି ପାରିନଥିଲା । ଫଳରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ନେବା ସମୟରେ ହିଁ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ମାନବିକତା ଦେଖାଇ ଗର୍ଭବତୀଙ୍କୁ ସାହାଯ୍ୟ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *