କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି

କାବୁଲ : କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି । ଆଫଗାନିସ୍ତାନ ଏୟାରସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବାକୁ ନେଇ କଡ଼ା ଚେତାବନୀ ଦେଲେ ତାଲିବାନୀ । ତୁରନ୍ତ ଏହାକୁ ବନ୍ଦ ନକଲେ ଆମେରିକାକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ତାଲିବାନ । କୌଣସି ନକରାତ୍ମକ ପରିସ୍ଥିତିକୁ ଏଡ଼ାଇବାକୁ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ କହିଛି ତାଲିବାନ ସରକାର । ଆଫଗାନିସ୍ତାନ ଏୟାର ସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବା ଜାତୀୟ ସୁରକ୍ଷାର ଉଲ୍ଲଙ୍ଘନ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜ୍ଜାଦ୍ଦିନ । ଏହା ସହ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରକୁ ଆପୋଷ ବୁଝାମଣାରେ କାମ କରିବାକୁ ସେ କହିଛନ୍ତି । ନଚେତ ପରିଣତି ଭୟଙ୍କର ହେବ । ଇସ୍‌ଲାମିକ ଏମିରେଟ୍‌ସ ଅଫ ଆଫଗାନିସ୍ତା ବୟାନ ଅନୁଯାୟୀ, ସମସ୍ତ ଦେଶ ଅନ୍ତରାଷ୍ଟ୍ରିୟ ଆଇନ ଅନୁଯାୟୀ ନିଜର ସ୍ଥାନୀୟ ଓ ବାୟୁ ସୀମାର ଏକମାତ୍ର ମାଲିକ । ଏହା ଅନୁଯାୟୀ ଆଇନ ଅନୁସାରେ ଏମିରେଟ୍‌ସ ଆଫଗାନିସ୍ତାନର ସମସ୍ତ କ୍ଷେତ୍ର ଓ ବାୟୁସୀମା ପରିସରର ସଂରକ୍ଷକ ବୋଲି ଅଭିହିତ କରିଛି । କିନ୍ତୁ ଗତ କିଛି ଦିନ ମଧ୍ୟରେ ଦୋହା, କତାର ଓ ଇସ୍‌ଲାମିକ ଏମିରେଟ୍‌ସରେ ଆମେରିକା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିଥିବା ବୟାନରେ କୁହାଯାଇଛି । ଗତମାସରେ କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ୧୦ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନିକୁ ଏଥିରେ ଉଲ୍ଲେଖ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *