କାମ କଲେ କିନ୍ତୁ ମଜୁରୀ ପାଇଲେ ନାହିଁ

ଭୁବନେଶ୍ୱର : ଏନ୍‌ଆର୍‌ଇଜିଏରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଶ୍ରମିକମାନେ ପଞ୍ଚାୟତ ଅଧିନରେ ମନରେଗା କାମ କରିଛନ୍ତି ହେଲେ ଆବଶ୍ୟକ ପାରିଶ୍ରମିକ ମିଳୁନି । ଅନେକ ଥର ଏନେଇ ପଞ୍ଚାୟତ ଅଧିକାରୀ ଓ ଉଚ୍ଚପଦସ୍ତଙ୍କୁ ଜଣାଇବା ପରେ ବି କୌଣସି ଫଳ ମିଳୁନି । ଆଜି ଶ୍ରମିକ ସଂଗଠନ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ । ସେହିଭଳି ବଲାଙ୍ଗିର ପାଟଣାଗଡ଼ରୁ ବି ଅଭିଯୋଗ ଆସିଛି । ଦୁଇ ମାସ ଧରି କାମ କରିବା ପରେ ବି ପାଉଣା ପାଇନଥିବା ଅଭିଯୋଗ ହୋଇଛି । କରୋନା କାଳରେ ଏଭଳି ଅବ୍ୟବସ୍ଥା ଶ୍ରମିକଙ୍କ ସମସ୍ୟାକୁ ବଢ଼ାଇଛି । କେବଳ ଏଇଠି ନୁହେଁ ପୂର୍ବରୁ ଯାଜପୁରର ମଧ୍ୟ ସମାନ ଚିତ୍ର ଆସିଥିଲା । ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଥିଲା ଅଭିଯୋଗ । ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ । ପ୍ରାୟ ୧୩ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନକୁ ନାଁକୁ ମାତ୍ର କାମକରି ମିଳିମିଶି ଚଳୁ କରିଦେଇଥିବା ଅଭିଯୋଗ କରି ଏହାର ଉଚ୍ଚସ୍ଥରୀୟ ତଦନ୍ତ ଦାବୀ କରିଥିଲେ ଗ୍ରାମବାସୀ । ସେପଟେ ଚିରାଚରିତ ଢଙ୍ଗରେ ବିଡିଓ କହିଥିଲେ, ତଦନ୍ତ ପରେ ପଦକ୍ଷେପ ନେବୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *