ସୀମାନ୍ତ ଝାଡ଼ଖଣ୍ଡର ସ୍କୁଲରେ ଓଡ଼ିଆ ଭାଷାକୁ ମିଳିବ ଗୁରୁତ୍ୱ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ଵିତୀୟ ରାଜ୍ୟଭାଷା ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗ । ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡ ସହିତ ଓଡ଼ିଶାର ସମ୍ପର୍କ ଭଲ ଅଛି । ସେଠାରେ ପ୍ରାୟ ୧୫୦ଟି ଓଡ଼ିଆ ସ୍କୁଲ ରହିଛି। ସେହି ବିଦ୍ୟାଳୟ ଗୁଡ଼ିକରେ କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯିବ, ସେଥିପ୍ରତି ନଜର ରଖାଯାଇଛି । ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆବଶ୍ୟକ ପଡ଼ିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟ ଗୁଡ଼ିକରେ ଓଡ଼ିଆ ଭାଷା କିପରି ରହିବ ଓ ଓଡ଼ିଆ ପିଲା ଓଡ଼ିଆ ଭାଷା ପଢ଼ି ପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *