ରାଜ୍ୟରେ ଟିକା ଭଲ କାମ ଦେଇଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ଭଲ କାମ ଦେଇଛି । ସବୁ ବର୍ଗର ଲୋକଙ୍କ ଦେହରେ ଆବଶ୍ୟକ ପରିମାଣର ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ତେଣୁ କୋଭିଡ ଏବେ ନିୟନ୍ତ୍ରଣ ଭିତରେ ରହିଛି ବୋଲି ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ ଗତକାଲି ଆସିଥିବା ସୋରୋଲୋଜିକାଲ ସର୍ଭେ ରାଜ୍ୟବାସୀଙ୍କ ଲାଗି ବଡ଼ ଆଶ୍ୱସ୍ତି ଆଣିଛି । ରାଜ୍ୟର ସେରୋ ସର୍ଭେ ରିପୋର୍ଟ ଖୁବ୍ ଭଲ ରହିଛି । ସବୁ ବର୍ଗର ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । ବିଶେଷ କରି ଯେଉଁମାନେ କୋଭିଡ୍ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କ ସ୍ଥିତି ଖୁବ୍ ଭଲ ରହିଛି । ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଭ୍ୟାକ୍ସିନ୍ ଡ୍ରାଇଭ କରାଯାଉଛି । ତେଣୁ ଏହାର ଫଳାଫଳ ରାଜ୍ୟରେ ଖୁବ୍ ଭଲ ଆସିଛି । ଜନସାଧାରଣ ନେଇଥିବା କୋଭାକ୍ସିନ୍ ଓ କୋଭିସିଲ୍ଡ ଭିତରେ ସେମିତି କିଛି ଫରକ ନାହିଁ ।

ଦୁଇଟି ଯାକ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରେ ସମାନ ଆଣ୍ଟିବଡି ଅଛି । ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂକ୍ରମଣ ସ୍ଥିତିକୁ ନେଇ ସେଭଳି କିଛି ତଫାତ ନାହିଁ । ସେରୋ ସର୍ଭେ ଅନୁଯାୟୀ, ଗ୍ରାମାଞ୍ଚଳରେ ବି ଆଣ୍ଟିବଡି ଭଲ ଅଛି । ରାଜ୍ୟରେ କରୋନା ଏବେ ନିୟନ୍ତ୍ରଣରେ ଅଛି । ଭୁବନେଶ୍ୱର ଓ କଟକରେ କିଛି ଅଧିକ ରହୁଛି । ହେଲେ ଏହି ଦୁଇଟି ଜିଲ୍ଲାରେ ସଂକ୍ରମଣ ବଢ଼ିଥିଲେ ବି ନିୟନ୍ତ୍ରଣରେ ରହିଛି । ସେ ପୁଣି କହିଛନ୍ତି ଯେ ଆଗକୁ ପାର୍ବଣ ଅଛି । ତେଣୁ ଭଲ ରିପୋର୍ଟ ଆସିଥିଲେ ବି ଅତ୍ୟଧିକ ଖୁସି ହୋଇ ସାମାଜିକ କଟକଣାକୁ ଉଲ୍ଲଘଂନ କରିବା ନାହିଁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ତୃତୀୟ ଲହରକୁ ନେଇ ଯେଉଁ ପ୍ରକାର ଭୟ ସୃଷ୍ଟି ହୋଇଥିଲା, ତାହା ସେପରି ସଂକ୍ରମିତ କରୁ ନାହିଁ । ଓଡ଼ିଶାରେ ତୃତୀୟ ଲହରର ବିଶେଷ କିଛି ପ୍ରଭାବ ପଡ଼ିନପାରେ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *