ଉଲ୍ଲଙ୍ଘନକାରୀଙ୍କ ଉପରେ ବିଏମ୍ ସି ର ନଜର, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ୱର :  ବି ଏମ୍ ସି ର ସ୍କ୍ୱାର୍ଡ଼ ଠାବ କରିଛନ୍ତି ପଲିଥିନ୍ କ୍ୟାରୀବ୍ୟାଗ୍ ବିକ୍ରୟ କରୁଥିବା କେତୋଟି ଦୋକାନ । ସ୍ଥାନୀୟ ଏକ ନମ୍ବର ହାଟ ମଧ୍ୟରେ ସ୍କ୍ୱାର୍ଡ଼ର ଅଭିଯାନ ଜାରି ରହିଥିବା ବେଳେ ଏହି ଦୋକାନ ଗୁଡ଼ିକ ନଜରକୁ ଆସିଥିଲା । ନିୟମକୁ ବେଖାତିର କରି ବିଭିନ୍ନ ପ୍ରକାର ରଦ୍ଦ ହୋଇଥିବା ପ୍ଲାଷ୍ଟିକ୍ ଦ୍ରବ୍ୟ ଏବଂ ପଲିଥିନ୍ କ୍ୟାରୀବ୍ୟାଗ୍ ଇତ୍ୟାଦି
ବ୍ୟବସାୟ ପ୍ରତିଷ୍ଠାନରେ ଦେଖିବାକୁ ମିଳିଛି । ଗୋଟିଏ ପ୍ରତିଷ୍ଠାନରୁ ଟ୨,୦୦୦/-ଙ୍କା ଜୋରିମାଦା ଆଦାୟ କରାଯାଇଥିବା ବେଳେ ଅନ୍ୟ ଦୁଇଗୋଟି ବ୍ୟବସାୟ ପ୍ରତିଷ୍ଠାନ ଧାର୍ଯ୍ୟ ଜୋରିମାନା ନ ଦେବାରୁ ଦୁଇଟି ଦୋକାନକୁ ସିଲ୍ କରିଦିଆଯାଇଅଛି । ତେବେ ଜବତ ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ -୨୫ କେଜିଆ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟାଗ୍ ୪୦ ପ୍ୟାକେଟ୍‌, ଯାହାର ହାରାହାରି ଓଜନ ୧୦୦୦ କେଜି । ଦ୍ୱିତିୟରେ ଥର୍ମୋକୁଲ୍ ଗ୍ଲାସ୍‌, ଗିନା ଏବଂ ପ୍ଲାଷ୍ଟିକ୍‌ ଚାମଚ ୧୦ ପ୍ୟାକେଟ୍ ଯାହାର ହାରାହାରି ଓଜନ ୫୦୦ କେଜି । ତେବେ ଗୋଟିଏ ପରିଦର୍ଶନରେ ବଜାର ସ୍ଥାନରୁ ଏକକାଳୀନ ୧.୫ ଟନ୍ ସାମଗ୍ରୀ ଜବତ କରାଯିବାରେ ଏହା ପ୍ରଥମ ବୋଲି ଜଣାପଡ଼ିଛି ।

ପୂର୍ବରୁ ଅନେକ ପ୍ରତିଷ୍ଠାନରୁ କମ୍ ପରିମାଣର ସାମଗ୍ରୀ ଜବତ ହୋଇଥିବା ବେଳେ ଗତକାଲି ଏକ ନମ୍ବର ହାଟର ଅଳ୍ପ କେତୋଟି ପ୍ରତିଷ୍ଠାନରୁ ୧.୫ ଟନ୍ ବେନିୟମ ପ୍ଲାଷ୍ଟିକ୍‌/ପଲିଥିନ୍ ସାମଗ୍ରୀ ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସ୍ୱଚ୍ଛତା ଏବଂ ପରିମଳ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବି ଏମ୍‌ସି) ତରଫରୁ ଆରମ୍ଭ ହୋଇଛି ଆଉ ଏକ ନୂଆ ପଦକ୍ଷେପ । କେବଳ ଦିନରେ ନୁହେଁ ସାଂଧ୍ୟକାଳୀନ କାରବାର ସମୟରେ ମଧ୍ୟ ବୁଲିବେ ବି ଏମ୍ ସି ର ସ୍କ୍ୱାର୍ଡ଼ । ତେଣୁ କମିଶନର ପ୍ରେମଚନ୍ଦ୍ର ଚୋଧରୀଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଛି ଇଭିନିଂ ସ୍କ୍ୱାର୍ଡ଼ ।

ଚଳିତ ସପ୍ତାହରେ ସହରର ବିଭିନ୍ନ ଜୋନ୍ ର ବଜାର ଅଂଚଳକୁ ବୁଲି ଦେଖିବା ସହିତ ତାଗିଦ୍ କରିଛି ଏହି ସ୍କ୍ୱାର୍ଡ଼। ସେଂଟ୍ରାଲ୍ ସ୍କ୍ୱାର୍ଡ଼ ଏବଂ ଜୋନାଲ୍ ସ୍କ୍ୱାର୍ଡ଼ ର ମିଳିତ ପ୍ରୟାସରେ ଏହି ସାଂଧ୍ୟ ଅଭିଯାନ ଜାରି ରହିବ । ସାଧାରଣତଃ ସଂଧ୍ୟା ସମୟରେ ଦୋକାନ ବଜାର କାରବାର ଅଧିକ ହେଉଥିବାରୁ ଏହି ସମୟର ସ୍ୱଚ୍ଛତା ଏବଂ ପରିମଳଗତ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରିବା ପାଇଁ ଏବେ ନିୟମିତ ଭାବେ ସାଂଧ୍ୟ ଅଭିଯାନକୁ ଗୁରୁତ୍ୱ ଦିଆଯାଉଅଛି । ଏହା ସାଙ୍ଗକୁ ନିୟମ ଖିଲାପକାରୀଙ୍କୁ ଧରିବା ଏବଂ ସେମାନଙ୍କୁ ସ୍ୱଚ୍ଛତା ଅଭିମୁଖି କରାଇବାରେ ବି ଏମ୍ ସି ଏହି କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ।

ଗତ ୨୦୧୮ ଅକ୍ଟୋବରରୁ ୨୦୧୯ ଡ଼ିସେମ୍ବର ପର୍ଯ୍ୟନ୍ତ ଛୋଟ ବଡ଼ ବିଭିନ୍ନ ପ୍ରତିଷ୍ଠାନରୁ ପ୍ରାୟ ୧୦ ଟନ୍ ବେଆଇନ୍ ଏକକ ବ୍ୟବହାର ପ୍ଲାଷ୍ଟିକ୍‌/ପଲିଥିନ୍ ସାମଗ୍ରୀ ଜବତ କରାଯାଇଥିଲା, ପରବର୍ତୀ ସମୟରେ ଏହାକୁ ଏକ ପେଷାଦାର ସଂଗଠନକୁ ପୁନଃଚକ୍ରଣ ପାଇଁ କିଲୋ ପ୍ରତି ଟ. ୫/-ଙ୍କା ଦରରେ ବିକ୍ରୟ କରାଯାଇଥିଲା ବେଳେ ପରବର୍ତୀ ସମୟରେ କୋଭିଡ଼୍‌-୧୯ ଜନିତ କଟକଣା ହେତୁ ଏହି ଏନ୍‌ଫୋର୍ସ୍‌ମେଂଟ୍‌ ଅନେକ ମାସପାଇଁ ବନ୍ଦଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *