୮୦ ଲକ୍ଷରୁ ଟଙ୍କାର ଗଂଜେଇ ଜବତ,୬ ଗିରଫ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ୬ଜଣ ଗଂଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଚିତ୍ରକୋଣ୍ଡା ଥାନାକର୍ମଚାରୀ ଏନ. ବିଶ୍ୱାଳ ଓ ତାଙ୍କ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗୁଣ୍ଠାୱାଡା ଗ୍ରାମ ନିକଟରେ ସନ୍ଦେହରେ ଗୋଟିଏ ବାଜାଜ ଅଟୋ କୁ ଅଟକାଇ ଥିଲେ। ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା।

ପୁଲିସ କହିବାନୁଯାୟୀ ଗଂଜେଇ ବୋଝେଇ ଗାଡି ସହ ଚୋରା ଚାଲାଣରେ ସମ୍ପୃକ୍ତ ୬ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଧନପମି ଜାନି, ଅର୍ଜନ ଗୋଲାରି, ଜଗବନ୍ଧୁ ଖରା, କିଲଚିନା ରାଓ, ବାଲୁକିନ୍ଦାଲ ଓ ସନିଆ ବଡନାୟକ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ସେମାନଙ୍କ ନିକଟରୁ ୮୧୧ କେଜି ୩୦୦ଗ୍ରାମ ଗଂଜେଇ ସହ ନଗଦ ୧୭୦୦ଟଙ୍କା, ୪ଟି ମୋବାଇଲ ଓ ୩ଟି ମଟର ସାଇକେଲ ପୁଲିସ ଜବତ କରିଛି। ଗଂଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ହେବବୋଲି ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କହିଛନ୍ତି । ସେହି ୬ଜଣ ଗଞ୍ଜାଇ ନେଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରିବାର ଯୋଜନା ଥିଲାବୋଲି କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *