ଧୋନିଙ୍କୁ ଟପି ଇତିହାସ ରଚିଲେ କାର୍ତ୍ତିକ

ଆବୁଧାବି: ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ମୁମ୍ବାଇ ବିପକ୍ଷରେ ଖେଳି ିତିହାସ ରଚିଛନ୍ତି । ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ୍ ଧରିବା ସହ କାର୍ତ୍ତିକ ଆଇପିଏଲ୍ ଇତିହାସରେ ସର୍ବାଧିକ କ୍ୟାଚ୍ ଆଉଟ୍ କରିଥିବା ୱିକେଟ୍‌କିପର ହୋଇଛନ୍ତି । ଚେନ୍ନାଇ ସୁପର୍ କିଙ୍ଗ୍‌ସ କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନି (୧୧୪)ଙ୍କ ପଛରେ ପକାଇ ସେ ଏହି ଉପଲବ୍‌ଧି ହାସଲ କରିଛନ୍ତି । ଆଇପିଏଲ୍ ୱିକେଟ୍‌କିପର୍ ଭାବେ କାର୍ତ୍ତିକଙ୍କ ନାମରେ ଏବେ ୧୧୫ କ୍ୟାଚ୍ ହୋଇଛି । ଏହି ତାଲିକାର ୩ୟ ସ୍ଥାନରେ ପାର୍ଥିବ ପଟେଲ୍ (୫୯ କ୍ୟାଚ୍‌)ଙ୍କ ନାମ ରହିଛି । ସେହିପରି ନମନ ଓଝା (୬୫) ଓ ଋଦ୍ଧିମାନ ସାହା (୫୯) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି । ଉଲ୍ଲେଖଯୋଗ୍ୟ, ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ଇତିହାସରେ ୱିକେଟ୍ ପଛରେ ସର୍ବାଧିକ ଶିକାର କରିଛନ୍ତି । ଧୋନି ୧୫୩ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ଏହା ମଧ୍ୟରେ ୧୧୪ଟି କ୍ୟାଚ୍ ଓ ୩୯ଟି ଷ୍ଟମ୍ପ୍ ଆଉଟ୍ ରହିଛି । ସେହିପରି ଦିନେଶ କାର୍ତ୍ତିକ ୩୧ ଷ୍ଟମ୍ପ୍ ଆଉଟ୍ ସହ ମୋଟ ୧୪୬ ଶିକାର କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *