ନିର୍ବାଚନ ପୂର୍ବରୁ ଲଢେଇ : ମମତା ବାନାର୍ଜୀ ଆହତ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇ ପ୍ରୋଫାଇଲ ସିଟ ନନ୍ଦିଗ୍ରାମରେ ମଜାଦାର ଲଢେଇ ଦେଖିବାକୁ ମିଳିଛି । ପୂର୍ବରୁ ଏହି ଆସନ ପାଇଁ ମମତା ବାନାର୍ଜୀ ଓ ଶୁଭେନ୍ଦୁଙ୍କ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ମଇଦାନକୁ ଓହ୍ଲାଇଛନ୍ତି ସିପିଏମର ମୀନାକ୍ଷୀ ମୁଖାର୍ଜୀ ।

ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବା ନନ୍ଦିଗ୍ରାମ ପ୍ରାର୍ଥୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆହତ ହୋଇଥିବା ଜଣାପଡିଛି । ମମତାଙ୍କ ଗୋଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ଆଘାତ ପଛରେ ଷଡଯନ୍ତ୍ର କରାଯାଇଥିବା ମମତା ଅଭିଯୋଗ କରିଛନ୍ତି । ଏନେଇ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେବେ ମମତା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *