ଅପରାଧୀ ଓକିଲ ବେଶରେ ଆସି ଅପରାଧିକୁ କଲା ହତ୍ୟା, ଶେଷରେ….

ନୂଆଦିଲ୍ଲୀ: ଦିନ ଦ୍ୱିପହରରେ ଦିଲ୍ଲୀ ରୋହିଣୀ କୋର୍ଟ ଭଳି ଏକ ହାଇ ସିକ୍ୟୁରିଟିଯୁକ୍ତ କୋର୍ଟରେ ଫାୟାରିଂ ହୋଇଛି । ଏହି ଫାୟାରିଂ ରେ କୁଖ୍ୟାତ ଅପରାଧି ଗୋଗୀର ମୃତ୍ୟୁ ହୋଇଛି । କୋର୍ଟ ଭିତରେ ଆଜି ଗୋଟିଏ ଗ୍ୟାଙ୍ଗ ଗୋଗୀକୁ ମାରିବା ପାଇଁ ଓକିଲ ବେଶରେ ଆସିଥିବା ବେଳେ ଫାୟାରିଂ ହୋଇଥିଲା । ଏଥିରେ ତା’ର ମୃତ୍ୟୁ ହୋଇଯାଇଛି । ରୋହିଣୀ କୋର୍ଟକୁ କିଛି ଅପରାଧି ଓକିଲ ବେଶରେ ଆସିଥିଲେ ତେଣୁ ସୁରକ୍ଷା କର୍ମୀମାନେ ଚିହ୍ନି ପାରିନଥିଲେ ।ସୂଚନା ଅନୁଯାୟୀ, ଟିଲୁ ତାଜପୁରିଆ ଗ୍ୟାଙ୍ଗ ଓକିଲ ବେଶରେ ଗୋଗୀକୁ ମାରିବା ପାଇଁ ଆସିଥିଲେ । ତେବେ ପୋଲିସ ଓ ଏହି ଗ୍ୟାଙ୍ଗ ମଧ୍ୟରେ ଫାୟାରିଂ ହୋଇଥିଲା । ଆଉ ଏଥିରେ ଗୋଗୀର ମୃତ୍ୟୁ ହୋଇଛି । ଏହି ଫାୟାରିଂ ପରେ କୋର୍ଟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଦିଲ୍ଲୀ ପୋଲିସ ଗ୍ୟାଙ୍ଗଷ୍ଟାର୍ ଚିତେନ୍ଦ୍ର ଓରଫ ଗୋଗୀକୁ ନେଇ ଏକ ମାମଲାର ଶୁଣାଣି ନେଇ ରୋହିଣୀ କୋର୍ଟକୁ ଆସିଥିଲେ । ଏହାରି ଭିତରେ ଓକିଲ ବେଶରେ ଆସିଥିବା ଅପରାଧିମାନେ ଫାୟାରିଂ ଆରମ୍ଭ କରିଥିଲେ । ଆଉ ଅପରାଧିଙ୍କ ଗୁଳିର ଜବାବ ଦେବାକୁ ଯାଇ ପୋଲିସ ବି ପାଲଟା ଫାୟାରିଂ କରିଥିଲା । ତେବେ ଫାୟାରିଂ ବେଳେ ଗୋଗୀକୁ ଗୁଳି ବାଜିଥିଲା । ଫଳରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ । ଗୋଗୀ ନାମରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଛି । ସେ ତିହାର ଜେଲରେ କଏଦୀ ଭାବରେ ଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *