ଏପ୍ରିଲ୍‌ରୁ ରବିବାର କ୍ଲାସ୍ ବନ୍ଦ୍‌

ଭୁବନେଶ୍ୱର : ରବିବାର କ୍ଲାସର ମଧ୍ୟ ଆବଶ୍ୟକ ନାହଁ । ଏପ୍ରିଲ ପହିଲାରୁ ହେବ ରିଭିଜନ୍ କ୍ଲାସ । ଚଳିତ ମାର୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ସ୍କୁଲମାନଙ୍କରେ ପିଲାମାନଙ୍କ ପାଠ୍ୟକ୍ରମ ସରିଆସିଲାଣି, ତେଣୁ ରେଗୁଲାର କ୍ଳାସ୍ ଜରୁରୀ ନାହିଁ । ପିଲାମାନେ ବିଶେଷ କରି ଘରେ ରହି ପାଠ ପଢ଼ିବାକୁ ଆଗ୍ରହ କଲେଣି ବୋଲି କହିଛନ୍ତି ମନ୍ତ୍ରୀ ।

ଏପରିକି ପିଲାମାନଙ୍କ ପାଇଁ ବିଭାଗ ଯୋଗାଇ ଦେଇଥିବା ‘ପରୀକ୍ଷା ଦର୍ପଣ’ ସହାୟକ ହେଉଛି । ସେଥିପାଇଁ ଆସନ୍ତା ମାସରୁ ରେଗୁଲାର କ୍ଲାସର ଜରୁରୀ ମନେ ହେଉନାହିଁ । ପିଲାମାନେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନସ୍ଥ କଲେଣି ବୋଲି ଏବେ କ୍ଲାସରେ ପ୍ରାୟତଃ ଉପସ୍ଥାନ କମ୍ ଦେଖିବାକୁ ମିଳୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *