ଉପରେ ମୁଣ୍ଡରେ କମୁଛି ବର୍ଷା, ବନ୍ଦ ହେଉଛି ହୀରାକୁଦ ଗେଟ୍

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦକୁ ଜଳ ପ୍ରବାହ କମିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୦୨ ଫୁଟ୍ ରହିଥିବା ବେଳେ ଆଉ ୫ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଏବେ ୪ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୯୪ ହଜାର ୭୫୮ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଅନ୍ୟପଟେ ସତର୍କ ସଂକେତ ଟପି ବିପଦ ସଂକେତ ମୁହାଁ ହୋଇଛି ସୁବର୍ଣ୍ଣରେଖା । ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ସକାଳ ୫ଟା ସୁଦ୍ଧା ୧୦.୧୫ ମିଟରରେ ଜଳ ପ୍ରବାହିତ ହେଉଛି । ବାଲିଆପାଳ, ଭୋଗରାଇର ୪୦ରୁ ଅଧିକ ଗାଁରେ ବନ୍ଯା ପାଣି ପଶିଛି । ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୫ଟା ସୁଦ୍ଧା ୬.୪୫ ମିଟରରେ ଜଳ ପ୍ରବାହିତ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *