ବିଜେପି ଛାଡ଼ି ବିଜେଡିରେ ମିଶିଲେ ଧର୍ମଶାଳାର ୧୨ ନେତା

ଭୁବନେଶ୍ୱର: ଯୁବ ବିଡେଜିର ମିଶ୍ରଣ ପର୍ବ । ଯୁବ ବିଜେଡି କାର୍ଯ୍ୟାଳୟରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ଦଳର ମୁଖପାତ୍ର ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ଥିଲେ । ୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ବିଜେଡିରେ ମିଶିଛନ୍ତି। ରମେଶଙ୍କ ସମେତ ବିଜେପି ଛାଡ଼ିଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଚୈତନ୍ୟ ସାମଲ, ମହେନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ନିରଞ୍ଜନ ବେହେରା, ଅଶୋକ କୁମାର ସାହୁ, ଆଶିଷ କୁମାର ବଳ, ବିଭୁ ପ୍ରସାଦ ଦାସ, ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେଡିରେ ମିଶିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *