୨୦୦ ଫୁଟ ଗଭୀର ଖାଇରେ ଖସିପଡ଼ିଲା ବସ୍‌, ଚାଲିଗଲା ୯ ଜୀବନ

ସିମଲା : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଏକ ଯାତ୍ରୀବାହୀ ବସ ପ୍ରାୟ ୨୦୦ ଫୁଟ ଗଭୀର ଖାଇରେ ଖସିପଡ଼ିବାରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବସଟି ମାଙ୍ଗଲି-ବୁନ୍ଦେଦିରୁ ଚମ୍ବାକୁ ଯାଉଥିବାବେଳେ କଲୋନୀ ମଡଠାରୁ ୫୦୦ ମିଟର ଦୂରରେ ଥିବା ଏକ ଖାଇରେ ଖସି ପଡ଼ିଥିଲା । ବସଟି ଖସିପଡ଼ିବା ପରେ ଘଟଣାସ୍ଥଳରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆଉ ୩ ଜଣ ଟିସା ହସପିଟାଲରେ ପ୍ରାଣ ହରାଇଥିଲେ ।

ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ସ୍ଥାନୀୟ ଟିସା ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କ ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର ଆହତମାନଙ୍କୁ ଚମ୍ବା ମେଡିକାଲ କଲେଜ ଓ ଆବଶ୍ୟକ ପଡ଼ିଲେ ଚଣ୍ଡିଗଡ଼ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *