ଆଇ-ଲିଗ୍ ଖେଳାଳିଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇ-ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଫୁଟ୍‌ବଲର୍‌ଙ୍କ ପାଇଁ ସମ୍ପୂର୍ଣ୍ଣ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ତେବେ ଅଣ୍ଡର-୧୮ ଖେଳାଳି ଏବଂ ଯେଉଁମାନେ ନିକଟରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି, ସେମାନେ ପାଇଁ ଏହାର ଆବଶ୍ୟକତା ନାହିଁ ବୋଲି ଲିଗ୍ ସିଇଓ ସୁନନ୍ଦୋ ଧର ବୁଧବାର କହିଛନ୍ତି । ଆଇ-ଲିଗ୍ ୨୦୨୧-୨୨ ବାୟୋ ସୁରକ୍ଷିତ ପରିବେଶ ମଧ୍ୟରେ କଡ଼ା କୋଭିଡ୍‌-୧୯ ପ୍ରୋଟୋକଲ୍ ସହ କୋଲ୍‌କାତା ଓ ଏହାର ନିକଟବର୍ତ୍ତୀ ସହରରେ ଆୟୋଜିତ ହେବାର ସମ୍ଭାବନା ରହିଛି । ଧର ଏକ ସାକ୍ଷାକାର ଅବସରରେ କହିଛନ୍ତି ଗତ ବର୍ଷ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ ନଥିବା ବେଳେ ଚଳିତ ବର୍ଷ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଚଳିତ ଥରର ଟୁର୍ଣ୍ଣାମେଣ୍ଟ୍ କଡ଼ା କଟକଣା ମଧ୍ୟରେ ଆୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କର ୫-୬ ଦିନରେ ଏବଂ ଅଣ୍ଡର-୧୮ ଖେଳାଳି ଓ ନିକଟରେ ସଂକ୍ରମଣରୁ ସୁସ୍ଥ ହୋଇଥିବା ଖେଳାଳିଙ୍କୁ ୩-୪ରେ କୋଭିଡ୍ ପରୀକ୍ଷଣ କରାଯିବ । ଅନ୍ୟପକ୍ଷରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଓ ଅଫିସିଆଲ୍‌ଙ୍କୁ ସେମାନଙ୍କ ହୋଟେଲ୍‌ରେ ୬ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କୁ ଦୁଇଥର କୋଭିଡ୍ ଟେଷ୍ଟ କରାଯିବ । ଯିଏ ପଜିଟିଭ୍ ଚିହ୍ନଟ ହେବେ, ତାଙ୍କୁ ହୋଟେଲ୍‌ର ଅନ୍ୟ ଫ୍ଲୋର୍‌ରେ ଆଇସୋଲେସନ୍‌ରେ ରଖାଯିବ ଏବଂ ଲଗାତାର ୩ଟି ନେଗେଟିଭ୍ ରିପୋର୍ଟ ପରେ ସେମାନେ ଟିମ୍‌ରେ ଯୋଗଦେଇ ପାରିେବେ । ଚଳିତ ଥର ଟୁର୍ଣ୍ଣାମେଣ୍ଟରେ ୧୩ଟି ଭାଗ ନେଉଥିବାରୁ ବାୟୋ ବବଲ୍ ପରିଚାଳନା ଅଧିକ ଆହ୍ୱାନପୂର୍ଣ୍ଣ ହେବ ବୋଲି ଧର କହିଛନ୍ତି । ଆଇ-ଲିଗ୍ କ୍ୱାଲିଫାୟର୍ସ ବେଙ୍ଗାଲୁରୁରେ ୧୦ଟି ଟିମ୍ ମଧ୍ୟରେ ଅକ୍ଟୋବର ୪ ତାରିଖରୁ ଖେଳାଯିବ । ଏହା ମଧ୍ୟରୁ ଗୋଟିଏ ଟିମ୍ ଆଇ-ଲିଗ୍‌କୁ ଉତ୍ତୀର୍ଣ୍ଣ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *