ଓଡ଼ିଶାରେ ଜୁନିୟର ହକି ୱାର୍ଲଡ କପ୍

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାରେ ହକି ୱାର୍ଡ କପ୍  । ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଓଡ଼ିଶା  ।  ଏନେଇ ଆଜି ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱ କପ୍‌ ।  ଏଥିରେ ହକି ଇଣ୍ଡିଆର ଟପ୍ ଅଫିସିଆଲ୍ ଯୋଗଦେଉଛନ୍ତି । ନଭେମ୍ବର ୨୫ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଜୁନିଅର ହକି ବିଶ୍ବ କପ୍‌ ଖେଳାଯିବ । ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ବକପ୍‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ବକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ  । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଐୟୋଜନ ହେବା ନେଇ FIH ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି  । ନଭେମ୍ବର 24ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି ମ୍ୟାଚ୍ । କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ ।  ପୂର୍ବରୁ ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିପରି ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *