ଜଙ୍ଗଲ ନିଆଁ ପାଇଁ ହାଇକୋର୍ଟରେ ମାମଲା

କଟକ : ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ହେଲିକାପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି । ରାଜ୍ୟ ଜଙ୍ଗଲ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିଆଁ ଲିଭାଇବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *