ଫେରାର ପ୍ରେମୀ ଯୁଗଳଙ୍କୁ ଗାଁ’ଲୋକେ କ’ଣ କରିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ :  ପ୍ରେମ କରି ଘରୁ ଫେରାର  ହୋଇଥିଲେ ଯୁବକ ଓ ଯୁବତୀ। ହେଲେ ଗାଁକୁ ଫେିରବା ପରେ ମିଳିଲା ଅକଥନୀୟ ଅତ୍ୟାଚାର। ମାଡ ତ ବାଜିଲା, ପୁଣି ବେକରେ ବାଇକର ଟାୟାର ରଖି ପ୍ରେମୀଯୁଗଳଙ୍କୁ ନାଚିବାକୁ ବାଧ୍ୟ କରାଗଲା। ଏହି ଅଭାବନୀୟ ଘଟଣାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ପୋଲିସ ମାମଲା ରୁଜୁ ତଦନ୍ତ ଚଳାଇଛି।ଭିଡିଓ ଭାଇରାଲ ହେବା ପରେ ଧର ପୋଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରୁ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ସେପ୍ଟେମ୍ବର ୧୨ରେ କୁଣ୍ଡି ଗାଁରେ ଘଟିଛି। ଯୁବକଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ଯୁବତୀଙ୍କ ବୟସ ୧୯ ବର୍ଷ। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନ୍ୟ ଜଣେ ୧୩ ବର୍ଷ ଝିଅଙ୍କୁ ମଧ୍ୟ ପ୍ରେମୀଯୁଗଳଙ୍କ ସହ ନାଚିବାକୁ ବାଧ୍ୟ  କରାଯାଉଛି, ଯିଏ ଫେରାର ହେବାରେ ସାହାଯ୍ୟ କରିଥିବା କୁହାଯାଉଛି। ତିନି ଜଣଙ୍କ ବେକରେ ଟାୟାର ରଖି ନାଚିବାକୁ ବାଧ୍ୟ କରାଯାଉଛି। ଏପରିକି ଜଣେ ଲୋକ ଅତି ନିର୍ମମ ଭାବେ ସେମାନଙ୍କୁ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓ ସୁଟ୍ କରୁଥିବା ବ୍ୟକ୍ତି ଜଣଙ୍କ ସହ ଅନ୍ୟ ଜଣେ ହସୁଥିବା ଦେଖିବାକୁ ମିଳିଛି।

ଏହି ଘଟଣା ମଧ୍ୟ ପ୍ରଦେଶର ଗନ୍ଧଓ୍ଵାନି ଥାନା ଅନ୍ତର୍ଗତ କୁଣ୍ଡି ଗାଁରେ ଘଟିଛି। ଯୁବକ ଏବଂ ଯୁବତୀ ଗାଁକୁ ଫେରିବା ପରେ ସେମାନଙ୍କୁ ଏମିତି ଅତ୍ୟାଚାର କରାଯାଇଥିବା ଡିଏସପି ଡେବେନ୍ଦ୍ର ପାଟିଦାର କହିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଯୁବତୀ ଜଣକ ଚଳିତ ବର୍ଷ ଜୁଲାଇ ମାସରେ ଘରୁ ନିଖୋଜ ହୋଇ ଯାଇଥିଲେ। ଝିଅ ଅନ୍ୟ ଯୁବକ ସହ ଫେରାର ହୋଇଥିବା ଶୁଣି ପରିବାର ଲୋକେ ଖୁବ୍ କ୍ରୋଧିତ ଥିଲେ। ପରିବାର ଲୋକେ ଉକ୍ତ ୧୩ ବର୍ଷର ଝିଅ ପ୍ରେମୀଯୁଗଳଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ସନ୍ଦେହ କରିଥିଲେ ବୋଲି ଡିଏସପି ପାଟିଦାର କହିଛନ୍ତି। ଜୁଲାଇ ମାସରେ ଘରୁ ଫେରାର  ହେବା ପରେ ଯୁବକ ଓ ଯୁବତୀ ଗୁଜରାଟ ଚାଲି ଆସିଥିଲେ। ଯୁବତୀଙ୍କ ପରିବାର ସ୍ଥାନୀୟ ଥାନାରେ ଝିଅ ନିଖୋଜ ଥିବାର ଏଫଆଇଆର ଦେଇଥିଲେ। ହେଲେ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ପ୍ରେମୀଯୁଗଳ ଗାଁକୁ ଫେରିଥିଲେ। ଗାଁ ଲୋକେ ନିଜ ହିସାବରେ ଉଭୟଙ୍କୁ ଦଣ୍ଡିତ କରିଥିଲେ ବୋଲି ପୋଲିସ କହିଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମଙ୍ଗଳବାର ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ କେସ୍ ରୁଜୁ କରିଥିଲା। ଏଥିରୁ ତିନି ଜଣଙ୍କୁ ପୋଲିସ ଗିରଫ କରି ସାରିଥିବା ଡିଏସପି ପାଟିଦାର କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ଅନୁଯାୟୀ କେସ ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ କହିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *