ରାଜଧାନୀରୁ ପୁଣି ଧଳା ଜହର ଜବତ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବନ୍ଧୁକ ଲିଙ୍କ । ୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଜଣେ ବେପାରୀ ଗିରଫ ହୋଇଛି । ଜବତ ବ୍ରାଉନସୁଗରର ଆନୁମନିକ ମୁଲ୍ୟ ୭ ଲକ୍ଷ ଟଙ୍କା ହେବ । ଭରତପୁର ଅଞ୍ଚଳରୁ ଭାଗିରଥୀ ସାହୁକୁ ଗିରଫ କରିଛି ପୋଲିସ । ତାଠାରୁ ଗୋଟିଏ ଚୋରା ବନ୍ଧୁକ ଓ 5ଟି ଗୁଳି ଜବତ ହୋଇଛି । ବ୍ରାଉନସୁଗର ବେପାର ବେଳେ ସୁରକ୍ଷା ପାଇଁ ବନ୍ଧୁକ ରଖିଥିଲା ଅଭିଯୁକ୍ତ । ଚୋରା ବନ୍ଧୁକ ନେଇ ପୋଲିସର ଖୋଲତାଡ଼ ଚାଲିଥିବା ବେଳେ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ପଚରା ଉଚରା କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *