ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା: ୨୦୨୦ରୁ ଅଭିଯୁକ୍ତଙ୍କ ସମ୍ପର୍କରେ ରହିଆସିଥିଲେ ରହସ୍ୟମୟୀ ମହିଳା

ବାଲେଶ୍ୱର:ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ । ୫ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ ଇଂଲଣ୍ଡରେ କାମ କରୁଥିବା ଓ ମିସାଇଲ୍‌ ଉପରେ ଆଗ୍ରହ ଥିବା କହିଥିଲେ । ଆଉ କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନରେ ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି । ସେହିପରି ନିଜକୁ ଚଣ୍ଡୀଗଡ଼ର ଡିଫେନ୍‌ସ କର୍ମଚାରୀ ତ କେତେବେଳେ ପୋର୍ଟବ୍ଲେୟାରର ନର୍ସ ବୋଲି ପରିଚୟ ଦେଉଥିଲେ । ଦେଢ଼ ବର୍ଷ ଧରି ଅଭିଯୁକ୍ତଙ୍କ ଲିଙ୍କରେ ରହିଥିଲେ ସଂପୃକ୍ତ ମହିଳା। ପାଞ୍ଚଟି ବିଭିନ୍ନ ନମ୍ବରରେ କଲ୍‌ କରୁଥିଲେ । ଅଭିଯୁକ୍ତଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଇଂରାଜୀ ଓ ହିନ୍ଦୀରେ କଥା ହେଉଥିଲେ। ପାଞ୍ଚ ଅଭିଯୁକ୍ତ ପରସ୍ପରକୁ ଜାଣିନଥିଲେ । ଏପରିକି ସମସ୍ତେ ଜଣେ ମହିଳାଙ୍କ ସହ କଥା ହେଉଥିବା ବି ଜାଣିନଥିଲେ । ହ୍ବାଟ୍‌ସ ଆପ୍‌, ମେସେଞ୍ଜର, ଫେସବୁକ୍‌ ଓ ଭିଡିଓ କଲ୍‌ ମାଧ୍ୟମରେ ସଂପର୍କ ରଖୁଥିଲେ ରହସ୍ୟମୟୀ ମହିଳା । ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେନେଇ ଖୋଳତାଡ଼ ଚାଲିଛି । ୟୁକେ ସରକାରଙ୍କୁ ହ୍ବାଟ୍‌ସ ଆପ୍‌ ନମ୍ବରର ଡିଟେଲ୍ସ ମଗାଯିବ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟଲେସ ଏୟାରକ୍ରାଫ୍ଟ ପରୀକ୍ଷଣ ହେଉଥିବାରୁ ଏୟାରଫୋର୍ସ ତଦନ୍ତ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *