ସାବଧାନ୍‌ : ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ: ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇଲେ ରଦ୍ଦ ହେବ ଲାଇସେନ୍ସ ଏବଂ ତଣ୍ଡ ଗଣିବେ ଗାଡ଼ି ଚାଳକ । ଦିଲ୍ଲୀବାସୀଙ୍କ ପାଇଁ ଏଭଳି କଡାକଡି ନିୟମ ଲାଗୁ କରାଯାଇଛି । ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏପରି ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବର୍ତ୍ତମାନ ରାଜଧାନୀରେ ପଲ୍ୟୁସ୍ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ ନଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ରଦ୍ଧ କରାଯିବ । ଏହା ସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ । ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା । ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବ ସେମାନଙ୍କୁ ୧୦ ହଜାର ଟଙ୍କାର ଜରିମାନ ଦେବାକୁ ପଡ଼ିପାରେ । ଜରିମାନା ନଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ । କେବଳ ଏତିକି ନୁହେଁ ଜରିମାନା ସହ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ । ଏହାଛଡା ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଧ କରାଯିବ । ଅପରପକ୍ଷେ ଯଦି କୌଣସି ଗାଡି ଦ୍ୱାରା ଅତ୍ୟଧିକ ପ୍ରଦୂଷଣ ହୁଏ, ତେବେ ସେଥିପାଇଁ ରିଜେକ୍ସନ ସ୍ଲିପ୍ ମଧ୍ୟ ଜାରି କରାଯିବ । ଏହି ନିୟମ ଲାଗୁ କରିବା ଦ୍ୱାରା ପ୍ରଦୂଷଣ କରୁଥିବା ଗାଡି ଗୁଡିକୁ ନିୟନ୍ତ୍ରଣରେ ରଖିବା ସହଜ ହୋଇପାରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *