କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: କୋଟିଆ ଗ୍ରାମ ପୁଞ୍ଜରେ ହେବ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହେବ ବିଜ୍ଞପ୍ତି । ଧାର୍ଯ୍ୟ ସମୟ ଭିତରେ ଭୋଟ୍ ପ୍ରକ୍ରିୟା ଶେଷ ହେବ । ସୀମା ସମସ୍ୟାକୁ ନେଇ ଓଡ଼ିଶା-ଆନ୍ଧ୍ର ଭିତରେ ବିବାଦ ତୀବ୍ର ଥିଲା ବେଳେ ରାଜ୍ୟ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୧୭ରେ କୋଟିଆରେ ହୋଇଥିଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ସେତେବେଳେ କୋଟିଆରେ ବିଜୟୀ ହୋଇଥିବା ସରପଞ୍ଚ ଏବେ ବି ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଠିକୁ ପୂର୍ବ ଥର ଭଳି ହେବ । ୱାର୍ଡମେମ୍ବର, ସରପଞ୍ଚ, ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚିତ ହେବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ପ୍ରଶାସନ ପଞ୍ଚାୟତ ନିର୍ବାଚନ ନେଇ କୋଟିଆରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି । ଆନ୍ଧ୍ର ପ୍ରଦେଶ ସରକାର ଏପ୍ରିଲ ୮ରେ କୋଟିଆ ହୋଇଥିବା ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ରବିବାର କରିଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସେଠୀ କହିଛନ୍ତି ଯେ ‘ଆନ୍ଧ୍ର କ’ଣ କରିଛି ବା କରିବ ତା’ଉପରେ ଆମର ଯା’ଆସେ ନାହିଁ ।

କୋଟିଆ ହିଁ ଓଡ଼ିଶାର ଅଭିନ୍ନ ଅଙ୍ଗ । ଆମେ ସେଠାରେ ପୂର୍ବ ଭଳି ଭୋଟ୍ କରିବୁ । ଉଲ୍ଲେ୍‌ନୀୟ ଯେ ଗତ ଶନିବାର କୋଟିଆ ଏକ ବଡ଼ ସମସ୍ୟା ନୁହେ ଁବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବୟାନ ଦେଇଥିଲେ । ସେ କହିଥିଲେ, ଆମ ନିୟନ୍ତ୍ରଣରେ ସବୁ କିଛି ରହିଛି । ସ୍ଥିତି ବି ବିଗିଡ଼ି ନାହିଁ । ଆମ କତୃତ୍ତ୍ୱ୍ୱ ଭିତରେ ଥିବା ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ସ୍କୁଲ, ଡାକ୍ତରଖାନା, ରାସ୍ତା ଆଦି କରାଯାଇଛି । ଭୂମିହୀନକୁ ସରକାରୀ ଯାଗା, ହିତାଧିକାରୀଙ୍କୁ ରେସନକାର୍ଡ ଓ ଅନ୍ୟାନ୍ୟ ସୁବଧା ଦିଆଯାଇଛି । ରାଜ୍ୟରେ ବନ୍ୟା ସ୍ଥିତି କମିବା ପରେ ବିଧାନସଭା ଗୃହ କମିଟି କୋଟିଆ ସହ ଅନ୍ୟ କିଛି ବିବାଦୀୟ ଅଞ୍ଚଳ ପରିଦର୍ଶନ କରିବ । ତେଣୁ କୋଟିଆକୁ ନେଇ ଆଉ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ଡ. ପାତ୍ର ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ଗ୍ରମାପୁଞ୍ଜ ଗସ୍ତରେ ଯାଇ ଭୁବନେଶ୍ୱର ଫେରିଥିବା ଶ୍ରୀ ସେଠୀ କୋଟିଆ ସମସ୍ୟା ସମାଧାନ ‘ଖୁବଶୀଘ୍ର’ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *